
ଫୁଲବାଣୀ ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଫୁଲବାଣୀ ଗାନ୍ଧୀସ୍ମୃତି ଭବନରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦକୁ ନେଇ ଚାଷି କିପରି ଆଗକୁ ବଢ଼ିବ ତହା ଉପରେ ଆଲୋଚନା କରିଥିଲେ । ମାଛ, କୁକୁଡା, ଗାଇ, ଛେଳି, ଲେମନ ଗ୍ରାସ ଚାଷର ପଦ୍ଧତି ଉପରେ ଆଲୋଚନା କରିଥିଲେ ।

ଏଥିସହ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଥିବା ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଚାଷୀଙ୍କୁ ଅବଗତ କରିଥିଲେ । ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୂକାରୀ ଡା. ଅଶୋକ ଚନ୍ଦ୍ର ପଣ୍ଡା, ଜିଲା ମୁଖ୍ୟ ମତ୍ସ୍ୟଧିକାରୀ ବିଶ୍ବରଂଜନ ରଥ ଅତିଥି ଭାବେ ଯୋଗଦେଇ ସେମାନଙ୍କ ବିଭାଗରେ ଉପକୃତ ହୋଇଥିବା ଚାଷୀଙ୍କ ଉଦାହରଣ ଦେବା ସହ ଅନ୍ୟମାନଙ୍କୁ ଏହି ଚାଷ ପ୍ରତି ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ସଫଳ ଚାଷୀ ମାନେ ସେମାନଙ୍କ ଅନୁଭୂତି ସମସ୍ତଙ୍କ ଆଗରେ ବଖାଣିଥିଲେ ।















