No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର ) ପୁରୀ :- ଜଗତର ନାଥ ସେ , ବ୍ରହ୍ମାଣ୍ଡର ସ୍ୱାମୀ, ଶ୍ରଦ୍ଧାଳୁଙ୍କ ଡାକରେ ଜଗା କାଳିଆ, ପାଟି ଖୋଲିଲେ ଆପଣା ଯାଏଁ ବାହାରି ଆସେ ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ । ଜଗାର ଅଭଡ଼ା, ତା ପତିତପାବନ ନେତ, ସିଂହଦ୍ୱାର , ବଡଦାଣ୍ଡର ଧୂଳି ଠାରୁ ଆରମ୍ଭ କରି ଶରଧା ବାଲି । ପ୍ରତିଟିରେ ରହିଛି ଶ୍ରଦ୍ଧାଳୁଙ୍କ ଭକ୍ତି। ମାତ୍ର ଦୀର୍ଘ ୮ ମାସ ଧରି କରୋନା ମହାମାରୀ କାରଣରରୁ ପୁରୀର ଶ୍ରୀମନ୍ଦିର ତଥା ରାଜ୍ୟର ଅନ୍ୟାନ୍ୟ ମନ୍ଦିର ସମସ୍ତ ବନ୍ଦ ରଖାଯାଇଥିବା ସଭିଁଙ୍କୁ ଜଣା । ମାତ୍ର ବର୍ତ୍ତମାନ ପରିସ୍ଥିତି ଓ ଛତିଶା ନିଯୋଗରେ ଆସନ୍ତା ୨୩ରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ନେଇ ଜଣାପଡିଛି । ଏଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ, ଛାଉଣୀ କାମ ଆରମ୍ଭ ହୋଇଛି ।
ମନ୍ଦିର ଯିବା ପାଇଁ କେତେକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଯେପରି ବାହାର ଜିଲାର ଲୋକଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପାଳନ କରିବା ମଧ୍ୟ ବାଧ୍ୟତାମୂଳକ । ଜାନୁଆରୀ ୩ ରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ବନ୍ଦ ଥିବା ସମୟରେ କିଛି ଦିନ ପୂର୍ବରୁ ଶ୍ରଦ୍ଧାଳୁ କେବଳ ବଡଦାଣ୍ଡରେ ଠିଆ ହୋଇ ପତିତପାବନକୁ ଦର୍ଶନ କରୁଥିଲେ । ମାତ୍ର ଜଗା ଦର୍ଶନ ନକରୁଥିବାରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଭରି ଯାଉଥିଲା ।(ରିପୋର୍ଟ – ସ୍ବରୂପ ଦାସ )
No Result
View All Result