ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜଗନ୍ନାଥ ୱେଲ ଫେୟାର ସୋସାଇଟି ପକ୍ଷରୁ ପନ୍ଦର ବର୍ଷରେ ପଦାର୍ପଣ କରିଛି ମା ଗଜଲକ୍ଷ୍ମୀ ପୂଜା । ମା’ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ଭୁବନେଶ୍ୱରର ଜଗନ୍ନାଥ ନଗର ରୋଡ଼ -୮ ଏବଂ ଲେନ ଜୋନରେ ଧୁମ୍ଧାମ୍ରେ ପାଳନ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା ।

ତିନି ଦିନ ଧରି ଚାଲିବ ଏହି ଧାର୍ମିକ ଉତ୍ସବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆୟୋଜକଙ୍କ ପକ୍ଷରୁ ରହିଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ଷକୁ ଥରେ ମା’ ଗଜଲକ୍ଷ୍ମୀଙ୍କ ଆଗମନକୁ ନେଇ ଅଞ୍ଚଳରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ ।

ମା’ଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଧୂପ, ଦୀପ ଓ ଭକ୍ତିର ମାହୋଲ ମଧ୍ୟରେ ମା’ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି ସମସ୍ତେ । ପନ୍ଦର ବର୍ଷର ଏହି ପରମ୍ପରା ଆଜି ଅଞ୍ଚଳବାସୀଙ୍କ ମଧ୍ୟରେ ଆଣିଛି ଉତ୍ସାହ ଓ ଆଧ୍ୟାତ୍ମିକତାର ନୂଆ ମାହୋଲ । ଏହି ପୂଜାଟିକୁ ସୁଚରିତା ଭାବେ ପରିଚାଳନା କରିଥିଲେ ସୋସାଇଟି ର ସଭାପତି ବିଭୁ ଶତପଥୀ,

ସମ୍ପାଦକ ରଶ୍ମି ରଞ୍ଜନ ସ୍ୱାଇଁ କାଯ୍ୟରତ ସଭାପତି ସୌଭାଗ୍ୟ ଜେନା, ଉପସଭାପତି ସୁଶାନ୍ତ ସାମଲ ଓ ରା଼ଞ୍ଜୁଲତା ସାହୁ, କୋଷଦକ୍ଷ ଜ୍ୟୋତି ମହାପାତ୍ର, ସହ କୋଷାଧକ୍ଷ ନରେନ୍ଦ୍ର ସେଠି, ସହ ସମ୍ପାଦକ ରଶ୍ମି ରଞ୍ଜନ ସାହୁ ଓ ପ୍ରମୋଦ ବିଶ୍ୱାଳ, ଇତିଶ୍ରୀ ପରିଡା,ସବ୍ୟସାଚୀ ଦାସ ଓ ଅନିଲ ପରିଡା ଏଥିସହିତ ସମସ୍ତ କାଯ୍ୟରତ ମାନଙ୍କୁ ଏରିଆ ବାସିନ୍ଦାଙ୍କ ତରଫରୁ କୃତଜ୍ଞତା ଗ୍ୟାମ୍ପନ କରା ଯାଇଛି ।

















