No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ଭୁବନେଶ୍ୱର :- ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଉପଲକ୍ଷେ ଆଜି ଅପରାହ୍ନରେ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାର ବିଷୟବସ୍ତୁ ଥିଲା ‘କୋଭିଡ୍-୧୯ ଏବଂ ମାନବାଧିକାର, ବିଶ୍ୱ ପରିପ୍ରେକ୍ଷୀରେ ଭାରତର ପ୍ରତିଷ୍ଠା’ । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅଭିନ୍ନ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏ.ଆଇ.ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡ. ଅଶୋକ ମହାପାତ୍ର କୋଭିଡ-୧୯ ଉପରେ ଆଲୋଚନା କରି ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଭାରତର ନିର୍ବାଚନ କମିଶନର ପ୍ରାକ୍ତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ମହାମାରୀ ସମୟରେ ମାନବାଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଦକ୍ଷିଣ ଆଫ୍ରିକାର ହାଇକମିଶନର ଉପଦେଷ୍ଟା ଶ୍ରୀଯୁକ୍ତ ଶରତ ପ୍ରଧାନ, ବିଶିଷ୍ଟ ଉଦ୍ୟୋଗପତି ଶ୍ରୀ ପ୍ରବୋଧ ମହାନ୍ତି, ଖଦିବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ପ୍ରମୁଖ ମହାମାରୀ ସମୟରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ରିଲିଫ, ମାସ୍କ ବଣ୍ଟନ, ସାନିଟାଇଜର ବଣ୍ଟନ, ବସ୍ତି ଅଞ୍ଚଳରେ ଚିକିତ୍ସା ଏବଂ ସଚେତନତା ଶିବିରର ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟର କିଛି ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଯଥା ୱାରିଶ ଫାଉଣ୍ଡେସନ, ଡୁଡୁନ୍ ଫାଉଣ୍ଡେସନ, ଦକ୍ଷ ପ୍ରକାଶନୀ, ରେଡ ସ୍ୱସ୍ତିକ, ଈରୋକିଡ, ଓମ୍ ସାଇ ଟ୍ରଷ୍ଟ, ଅମ୍ବିକା ଫାଉଣ୍ଡେସନ, ସଖା ଫାଉଣ୍ଡେସନ, ଗାୟିକା ଜୟଶ୍ରୀ ଧଳର ପ୍ରମୁଖମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ମାନବାଧିକାର ସଂଗଠନର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲିନୁ ମିଶ୍ର, ସସ୍ମିତା ମକ, ସଞ୍ଜୀବ ମିଶ୍ର, ନୀଳମଣି ମିଶ୍ର, ଡ. ଏପସିତ, ସ୍ୱାତି ମହାପାତ୍ର, ପ୍ରଭାମୟୀ, ରଜତ ମହାନ୍ତି, ଚିନ୍ମୟୀ ମହାନ୍ତି, ରଶ୍ମିରେଖା ପଣ୍ଡାଙ୍କୁ ହାର୍ପୋ ଏକ୍ସଲେନ୍ସି ଆୱାର୍ଡ଼ ଦିଆଯାଇଥିଲା । ସର୍ବସାଧାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରାମଚନ୍ଦ୍ର ରାଉତରାୟ, ସଂଘମିତ୍ର ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦକ ବାବୁ ନାୟକ, ପି. ତାରିଣୀ ପାତ୍ର, ସାଧାରଣ ସମ୍ପାଦକ ସମୀର ତ୍ରିପାଠୀ, ତୁଷାର ସଢ, ଶରତ ମିଶ୍ର, ଜ୍ୟୋତ୍ସ୍ନାମୟୀ ପଟ୍ଟନାୟକ, ଡ. ମାୟାଧର ବେହେରାଙ୍କୁ ଭାରତ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା ।
No Result
View All Result