No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) ପଦ୍ମପୁର :- ସୋହେଲା ଠାରୁ ପାଇକମାଲ ବ୍ଲକ ସୀମା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ସଂପର୍କୀତ ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଦିପକ ରଞ୍ଜନ ଦାଶ ଯୋଗଦାନ କରି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରେ ରହିଥିବା ସମସ୍ୟା ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିବା ସହିତ ସମସ୍ୟାର ନିରାକରଣ ପାଇଁ ପଦକ୍ଷେପ ନେବା ଉପରେ ଆଲୋଚନା କରିଥିଲେ । ବିଭିନ୍ନ ସ୍ଥାନରେ ବାକି ରହିଥିବା ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ତତ୍ ସଂଲଗ୍ନ ଅନ୍ଯାନ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ବରଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି କୁମାର ମହାନ୍ତି, ପଦ୍ମପୁର
ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ରିୟ ମେହେର,ବିଜୁ ଏକ୍ସପ୍ରେସ ୱେ ନିର୍ମାଣର ଅଗ୍ରଗତି ଏବଂ ଜମି ହସ୍ତାନ୍ତର ସଂପର୍କୀତ ସମସ୍ୟା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଅନ୍ଯ ମାନଙ୍କ ମଧ୍ୟରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ସୋହେଲା ତହସିଲଦାର ଶ୍ରୀ ମାନସ ରଞ୍ଜନ ସ୍ବାଇଁ, ପଦ୍ମପୁର ଭାରପ୍ରାପ୍ତ ତହସିଲଦାର ସରିତା ଗୁପ୍ତା,ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର,ପଦ୍ମପୁର ପୂର୍ତ୍ତ ବିଭାଗ ଜୁନିୟର ଇଞ୍ଜିନିୟରିଂ ଶ୍ରୀ ରାଜେନ୍ଦ୍ର କିଷାନ,ସବରେଜିଷ୍ଟ ଦୀପ୍ତିମୟୀ ଭୁଏ,ପାଇକମାଲ ପୂର୍ତ୍ତ ବିଭାଗ ଜୁନିୟର ଇଞ୍ଜିନିୟରିଂ ଦିଲ୍ଲୀପ କୁମାର ସାହୁ,ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result