ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକରେ ଗତ କିଛି ଦିନ ଧରି ଆଡମ୍ବର ସହକାରେ ରାଜ୍ୟ ସରକାର ଙ୍କ ଗତ ଦୁଇ ବର୍ଷରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପଦର୍ଶନୀ ବ୍ଲକ ପରିସରରେ ଆଡମ୍ବର ସହିତ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ସନ୍ତୋଷ ବାରିକ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଏବଂ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କୁ ଏକତ୍ରିତ ସରକାର ଙ୍କ ଯୋଜନା ଗୁଡିକୁ ପ୍ରସାର ଓ ପ୍ରଚାର ମାଧ୍ୟମରେ ଲୋକ ଲୋଚନ କୁ ଆଣିବାରେ ସକ୍ଷମ ହୋଇଥିବା ଶୁଣିବାକୁ ମିଳିଛି ।















