ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବ, ତା, ହୁ ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କ ସପକ୍ଷରେ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସରପଞ୍ଚ ସଂଘ ଅଣ୍ଟା ଭିଡ଼ି ନ୍ୟାୟ ପ୍ରଦାନ ଦାବୀ କରି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ମହିଳା ସରପଞ୍ଚଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ କୌଣସି କାର୍ଯ୍ୟକ୍ରମରେ ଅସହଯୋଗ କରି ଯୋଗ ନ ଦେବାକୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ ଥିବା ଜଣା ପଡିଛି ।















