• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତିନିରଥରେ ଘୋଡା ଲାଗିବା ପାଇଁ ଚାରପରିଛା ଫିଟିଙ୍ଗ

Proprietor Abhimanyu Maharana by Proprietor Abhimanyu Maharana
June 17, 2026
in ଓଡ଼ିଶା, ପୁରୀ, ହୋମ୍
0
ତିନିରଥରେ ଘୋଡା ଲାଗିବା ପାଇଁ ଚାରପରିଛା ଫିଟିଙ୍ଗ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ମଙ୍ଗଳବାର ରଥ ନିର୍ମାଣର ୫୭ ତମ ଦିବସରେ ରଥ ନିର୍ମାଣ କାରି ସେବକମାନେ ପୂର୍ବଦିନ ପରି ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ସୋମବାର ସୁଦ୍ଧା ତିନିରଥ ଉପର ତୃତୀୟ ଭୂଇଁ ଫ୍ରେମ ଉପରେ ଏକ ନମ୍ୱର ବଡ଼ ଥଳ ପୋଟଳ ସ୍ଥାପନ ହେବା ସହ, ରଥ ଉପର ପଟା ବାଡ଼ିଆ ପୂର୍ବରୁ ତାଗ ବା ବଟନ୍ ବାଡ଼ିଆ କାର୍ଯ୍ୟ ଜାରୀ ରହିଥିଲା । ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ସହଯୋଗୀ ମହାରଣା ଭୋଇ ସେବକ ମାନେ ମିଶି ତିନି ରଥର ମୂଳ କଇଞ୍ଚି ବା ଚାରି ନାହାକା କଇଞ୍ଚି ତିନିରଥରେ ଦୁଇଟି ଲେଖାଏଁ ଉଭୟ ପାର୍ଶ୍ୱରେ ପଡ଼ିଅଛି ।

ଏହି କଇଞ୍ଚିି ତିନିରଥ ଭୂଇଁ କୁ ମଜବୁତ୍ କରି ରଖିବା ପାଇଁ ଚାରି ନାହାକା ଭିତର ପାର୍ଶ୍ୱରେ ଚାର ନାହାକା ମୂଳରୁ କ୍ରସ କରି ଫିଟିଙ୍ଗ କରାଯାଇଛି । ରଥ ଚାଳିରେ ମହାରଣା ସେବକ ମାନେ ତିନିରଥର ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛନ୍ତି। ମହାରଣା ସେବକ ମାନେ ତିନିରଥର ଦୁଆର ବେଢ଼ା ପାଇଁ ୮ ଟି ଲେଖାଏଁ ଗାରେଡ଼ି ଏବଂ ୪ ଗୋଟି ଲେଖାଏଁ ଅଁଳା ନିର୍ମାଣ ଶେଷ କରିଛନ୍ତି । ତିନିରଥ ର ଘୋଡ଼ା ସେଟିଙ୍ଗ ପାଇଁ ତିନି ରଥ ସମ୍ମୁଖ ଭାଗ ନୀରାଡ଼ି ତଳ ଭାଗରେ ଗୋଟିଏ ଗୋଟିଏ ଚାର ପରିଛା ଫିଟିଙ୍ଗ ସହ କଣ୍ଟା ପଡ଼ିବା ଶେଷ ହୋଇଛି ।

ଏହି ଚାର ପରିଛା ରେ ଇସ ସଂଯୋଗ ହୋଇ ରଥରେ ଘୋଡ଼ା ଲାଗିବାରେ ସହାୟକ ହୋଇଥାଏ । ଏଥିସହ ଆଜି ତିନିରଥର ଆଗ ଆଣି ପଛ ଆଣି ଦୁଇଟି ଲେଖାଏଁ କତରା ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ ହୋଇଅଛି । ରୂପକାର ସେବକ ମାନେ ତିନିରଥର ଗୋଟିଏ ଗୋଟିଏ ଚାର ପରିଛାରେ ପଦ୍ମ ଫୁଲ ,ମୟୂର ଏବଂ ଡାଳି ଲତା ଖୋଦେଇ ଶେଷ ପରେ ତିନିରଥର ଭୋଇ ସେବକ ମାନଙ୍କୁ ଫିଟିଙ୍ଗ ପାଇଁ ଯୋଗାଇ ଦେବା ସହ ତିନିରଥର ଦୁଆର ବେଢ଼ା ପାଇଁ ନାଟ ଗୋଡ଼ ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି ।

ଚିତ୍ରକାର ସେବକ ମାନେ ପାର୍ଶ୍ୱ ଦେବ ଦେବୀ ମାନଙ୍କ ମୂର୍ତ୍ତି ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ବାହ୍ୟ ଅଂଶ ଯଥା ଚକ, କୋଣ ଗୁଜ, ପଟା ଗୁଜ ଇତ୍ୟାଦିରେ ଧାଳା ପ୍ରାଇମର୍ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଏବଂ ଓଲଟ ଶୁଆ ଫିଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

ଦୋଳ ବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ନିମନ୍ତେ ସେବା ପୂଜା ପାଇଁ କାଠ ଏବଂ ବାଉଁଶ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥ ର ମହାରଣା ସେବକ ୭୭ ଜଣ, ଭୋଇ ସେବକ ୭୫ଜଣ, ରୂପକାର ସେବକ ୨୧ଜଣ , କରତୀ ସେବକ ୪ଜଣ , ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୧୬ ଜଣ, ରଥଖଳା ସହାୟକ ୧ଜଣ ମୋଟ ୨୧୮ ଜଣ ସେବକ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ ରହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିଟ-ୟୁଜି ୨୦୨୬ ପରୀକ୍ଷା : ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ

ନିଟ-ୟୁଜି ୨୦୨୬ ପରୀକ୍ଷା : ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ

June 17, 2026
କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ରିକଭରି ମେଳା : ହଜିଥିବା ୬୨ ଟି ମୋବାଇଲ ଫେରସ୍ତ ହେଲା

ଓଡ଼ିଶାର ଗଣପର୍ବ ରଜ ଉତ୍ସବ ବାଙ୍ଗାଲୋରରେ ପାଳିତ 

ଓଡ଼ିଶାର ଗଣପର୍ବ ରଜ ଉତ୍ସବ ବାଙ୍ଗାଲୋରରେ ପାଳିତ 

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିଟ-ୟୁଜି ୨୦୨୬ ପରୀକ୍ଷା : ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ

ନିଟ-ୟୁଜି ୨୦୨୬ ପରୀକ୍ଷା : ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ

June 17, 2026
କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ରିକଭରି ମେଳା : ହଜିଥିବା ୬୨ ଟି ମୋବାଇଲ ଫେରସ୍ତ ହେଲା

କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ରିକଭରି ମେଳା : ହଜିଥିବା ୬୨ ଟି ମୋବାଇଲ ଫେରସ୍ତ ହେଲା

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version