• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

Proprietor Abhimanyu Maharana by Proprietor Abhimanyu Maharana
June 15, 2026
in ଓଡ଼ିଶା, ପୁରୀ, ହୋମ୍
0
ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା
Share on FacebookShare on TwitterWhatsapp

ପୁରୀ ହିଁ ବିଶ୍ୱର ଏକମାତ୍ର ‘ଶ୍ରୀଜଗନ୍ନାଥ ଧାମ’ : ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶାସକ ନୁହେଁ, ବରଂ ସ୍ୱୟଂ ମହାପ୍ରଭୁ ହିଁ ପ୍ରକୃତ ରାଜା

ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର ଏବଂ ଶ୍ରୀ ମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂରକ୍ଷଣ ପାଇଁ ଆମ ସରକାର ସତର୍କ ପ୍ରହରୀ ଭଳି ଠିଆ ହେବ – ମୁଖ୍ୟମନ୍ତ୍ରୀ

ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭବ୍ୟ ଗଣସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ‘ଶ୍ରୀ ଜଗନ୍ନାଥ ଭକ୍ତ ସେବା ସଂସ୍ଥାନ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସାଧୁ-ସନ୍ଥ, ଶ୍ରୀମନ୍ଦିରର ସେବାୟତ ମଣ୍ଡଳୀ ଏବଂ ହଜାର ହଜାର ଜଗନ୍ନାଥପ୍ରେମୀ ଭକ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସାଦର ସମ୍ବର୍ଦ୍ଧିତ କରିଥିଲେ ।

ପଶ୍ଚିମବଙ୍ଗର ଦିଘା ଜଗନ୍ନାଥ ମନ୍ଦିର ନାମରୁ “ଧାମ” ଶବ୍ଦ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ସଫଳ ଓ ଐତିହାସିକ ହସ୍ତକ୍ଷେପ ପାଇଁ ସଂସ୍ଥାନ ପକ୍ଷରୁ ତାଙ୍କୁ ଗଭୀର କୃତଜ୍ଞତା ପ୍ରକାଶ କରାଯାଇ ଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି କହିଥିଲେ ଯେ, ସନାତନ ସଂସ୍କୃତି ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ସମଗ୍ର ବିଶ୍ଵରେ କେବଳ ‘ପୁରୀ’ ହିଁ ଏକମାତ୍ର ଶ୍ରୀଜଗନ୍ନାଥ ଧାମ । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ରତା ରହିଛି । ଆମ ସରକାର ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର, ଏବଂ ଶ୍ରୀ ମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂରକ୍ଷଣ ପାଇଁ ରାଜ୍ୟ ସରକାର ସତର୍କ ପ୍ରହରୀ ସଦୃଶ ଜଗିକି ରହିବେ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱସ୍ତ କରିଥିଲେ ।

ସୂଚନା ଯୋଗ୍ୟଯେ ପଶ୍ଚିମବଙ୍ଗର ଦିଘାଠାରେ ନିର୍ମିତ ମନ୍ଦିର ପାଇଁ “ଧାମ” ଶବ୍ଦର ବ୍ୟବହାର ଓଡ଼ିଆ ଜାତିର ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଇଥିଲା । ଏହି ସଂବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ସରକାର ଦୃଢ଼ ହସ୍ତକ୍ଷେପ କରିବା ସହ ସାଂସଦ ଶ୍ରୀ ସମ୍ବିତ ପାତ୍ରଙ୍କ ମାଧ୍ୟମରେ ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାର ସକାରାତ୍ମକ ପ୍ରଭାବ ସ୍ଵରୂପ ପଶ୍ଚିମବଙ୍ଗ ସରକାର ଦିଘା ଜଗନ୍ନାଥ ମନ୍ଦିର ନାମରୁ “ଧାମ” ଶବ୍ଦକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ମହାପ୍ରଭୁଙ୍କୁ ନେଇ ରାଜନୀତି କିମ୍ବା ଅହଂକାର କରିଛନ୍ତି, ସେମାନେ ନିର୍ବାଚନରେ ତାର ଫଳ ଭୋଗିଛନ୍ତି, କାରଣ କାଳିଆ ସାଆନ୍ତଙ୍କ ପାଖରେ ଅହଂକାରର କୌଣସି ସ୍ଥାନ ନାହିଁ । ଏହି ଅବସରରେ ‘ଓଡ଼ିଆ ଅସ୍ମିତା’ର ସରକାର ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି । ସରକାର ଗଠନର ପ୍ରଥମ ଦିନରୁ ଶ୍ରୀମନ୍ଦିରର ଚାରିଦ୍ଵାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କରିବା ଏବଂ ପବିତ୍ର ରତ୍ନଭଣ୍ଡାରର ଗଣତି ମଣତି ପାଇଁ ପଦକ୍ଷେପ ନେବା ସରକାରଙ୍କ ଆନ୍ତରିକତାକୁ ଦର୍ଶାଏ ବୋଲି ସେ ପ୍ରକାଶ କରିଛନ୍ତି ।

ଏହା ସହିତ ଗରିବ ଓ ବରିଷ୍ଠ ନାଗରିକମାନଙ୍କୁ ନିଶୁଳ୍କ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରାଇବା ପାଇଁ ଆରମ୍ଭ ହୋଇଥିବା “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା” ମାଧ୍ୟମରେ ଅନେକ ଭକ୍ତ ଉପକୃତ ହୋଇସାରିଥିବା ସେ ସୂଚନା ଦେଇଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶାସକ ନୁହେଁ, ବରଂ ସ୍ୱୟଂ ମହାପ୍ରଭୁ ହିଁ ପ୍ରକୃତ ରାଜା ଏବଂ ମୁଖ୍ୟମନ୍ତ୍ରୀ ଆସନ କ୍ଷମତାର ପ୍ରତୀକ ନୁହେଁ ବରଂ ଜନସେବାର ଏକ ମାଧ୍ୟମ ବୋଲି ସେ ଭାବବିହ୍ୱଳ ହୋଇ କହିଛନ୍ତି ।

ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ଓଡ଼ିଶାବାସୀ ଓ ଶ୍ରୀମନ୍ଦିର ସେବାୟତଙ୍କ ଭାବନାକୁ ସମ୍ମାନ ଜଣାଇ ତୁରନ୍ତ “ଧାମ” ଶବ୍ଦ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଦୁଇ ପଡ଼ୋଶୀ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଓ ସକାରାତ୍ମକ ପଦକ୍ଷେପ ଯୋଗୁଁ ଆଜି ଜଗନ୍ନାଥ ସଂସ୍କୃତିର ପ୍ରାଚୀନ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ସହ ଆନ୍ତଃ-ରାଜ୍ୟ ସାଂସ୍କୃତିକ ସମନ୍ୱୟର ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି ହୋଇଛି।

ସଂସ୍ଥାନର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ ଏବଂ ସେବାୟତମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରସାର ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସାଂସଦ ସମ୍ବିତ ପାତ୍ରଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେଲାପରେ, ସେ ବ୍ୟକ୍ତିଗତ ଭାବେ ସାଂସଦ ଶ୍ରୀ ପାତ୍ରଙ୍କ ମାଧ୍ୟମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖକୁ ଏକ ସ୍ପଷ୍ଟ ପତ୍ର ପ୍ରେରଣ କରିଥିଲେ ।

ସାଂସଦ ଶ୍ରୀ ପାତ୍ର ଓଡ଼ିଶାବାସୀ ଓ ସେବାୟତଙ୍କ ଭାବନାକୁ ପଶ୍ଚିମବଙ୍ଗ ସରକାରଙ୍କ ନିକଟରେ ଅତି ଯୁକ୍ତିଯୁକ୍ତ ଓ ଶାସ୍ତ୍ରସମ୍ମତ ଭାବେ ଉପସ୍ଥାପନ କରି ଏକ ସାଂସ୍କୃତିକ ସେତୁର କାର୍ଯ୍ୟ କରିଥିଲେ । ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ନିଜ ଅଭିଭାଷଣରେ କହିଛନ୍ତି ଯେ, ଶାସ୍ତ୍ର ଓ ପରମ୍ପରା ଅନୁସାରେ ବିଶ୍ୱରେ ‘ପୁରୀ’ ହିଁ ଏକମାତ୍ର ଶ୍ରୀଜଗନ୍ନାଥ ଧାମ, ଏହାର ବିକଳ୍ପ ଅନ୍ୟ କୌଣସି ସ୍ଥାନ ହୋଇପାରିବ ନାହିଁ । ଦିଘାଠାରେ ମନ୍ଦିର ନିର୍ମାଣକୁ ଆମେ ସ୍ୱାଗତ କରୁଛୁ, କିନ୍ତୁ ତାକୁ ‘ଧାମ’ର ଆଖ୍ୟା ଦେଇ ପୁରୀର ଗରିମାକୁ କ୍ଷୁଣ୍ଣ କରିବା ପାଇଁ ପଡ଼ୋଶୀ ରାଜ୍ୟର ତତ୍କାଳୀନ ସରକାର ଯେଉଁ ଅହଂକାର ପ୍ରଦର୍ଶନ କରିଥିଲେ, ମହାପ୍ରଭୁ ତାର ଉଚିତ ଜବାବ ଦେଇଛନ୍ତି ।

ଏହି ଭବ୍ୟ ମହୋତ୍ସବରେ ଶ୍ରୀକ୍ଷେତ୍ରର ବିଭିନ୍ନ ପ୍ରମୁଖ ସେବାୟତ ସଂଘ, ଆଧ୍ୟାତ୍ମିକ ଅନୁଷ୍ଠାନ, ସାମାଜିକ ସଂଗଠନ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାଦର ସମ୍ବର୍ଦ୍ଧିତ କରାଯାଇଥିଲା । ଜଗନ୍ନାଥ ସଂସ୍କୃତିର ଗରିମା ଓ ପ୍ରାଚୀନ ଶାସ୍ତ୍ରୀୟ ମର୍ଯ୍ୟାଦା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ତଥା ସଂବେଦନଶୀଳ ପଦକ୍ଷେପକୁ ଉପସ୍ଥିତ ସମସ୍ତ ସେବାୟତ ଓ ଆଧ୍ୟାତ୍ମିକ ଗୁରୁମାନେ ଏକ ସ୍ୱରରେ ପ୍ରଶଂସା କରିବା ସହ ତାଙ୍କୁ ସାଂସ୍କୃତିକ ଅସ୍ମିତାର ରକ୍ଷାକର୍ତ୍ତା ଭାବେ ଅଭିହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ,ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଶ୍ରୀ ସୁନୀଲ କୁମାର ମହନ୍ତି, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଏବଂ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ପୁରୀବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

June 15, 2026
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

June 15, 2026
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

June 15, 2026
ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଦିଘାରୁ ହଟିଲା ‘ଧାମ’ ଶବ୍ଦ : ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

June 15, 2026
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version