କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କଟକ ଜିଲ୍ଲା ଅଡଶପୁର ୟୁ ଏନ କଲେଜର ଯୁକ୍ତ ଦୁଇ କଳା ବିଭାଗରେ ଚାରି ଶହ ନବେ ଜଣ ପିଲାଙ୍କ ମଧ୍ୟରୁ ସର୍ବାଧିକ ପାଞ୍ଚ ଶହ ଛତିଶ ନମ୍ବର ରଖି କଲେଜର ଟପର ହୋଇଥିବା ସାଇଲୋ ବିଡ଼ବିଲ ଗ୍ରାମର ବିଜୟ ରଣା ଏଵଂ ମାତା ଵିମଳି ରଣାଙ୍କ କନ୍ୟା ଲିପିକା ରଣାଙ୍କୁ ତାଙ୍କର କୃତି ପାଇଁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।

ଏହି ଅବସରରେ ମେଧାବୀ ଛାତ୍ରୀ ଲିପିକାଙ୍କୁ ସ୍ବେଛାସେବୀ ସଂଗଠନ “ଆମ ଅଧିକାର” ପକ୍ଷରୁ ଅନୁଷ୍ଠାନର ସମ୍ପାଦକ ପ୍ରମୋଦ ନାୟକ ଉତ୍ତରୀୟ, ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ମେଧାବୀ ଛାତ୍ରୀ ଲିପିକାଙ୍କର ଉଛ ପ୍ରଶଂସା କରିଛନ୍ତି । ଏହି ପରି ଲିପିକା ଉଚ୍ଚ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ସହ ପାସ କରି ଭବିଷ୍ୟତରେ ଜଣେ ଭଲ ମଣିଷ ବୋଇ ପାରିବ ବୋଲି ଅନୁଷ୍ଠାନ ସମେତ ଗ୍ରାମବାସୀମାନେ ଆଶାବ୍ୟକ୍ତ କରିଛନ୍ତି ।














