No Result
View All Result
ମହାନଦୀ ସୁପରଫାଷ୍ଟହିନ୍ଦୀ ଦୈନିକ ଖବରକାଗଜର ଷଷ୍ଠବର୍ଷ ପୂର୍ତ୍ତି ସମାରୋହ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ମଣିଷଠାରୁ ଟେକ୍ନୋଲୋଜି କୌଣସି ପ୍ରକାରେ ବଡ଼ ନୁହେଁ, ତେବେ ସାମ୍ପ୍ରତିକ ବିଶ୍ୱର ପରିବର୍ତ୍ତିତ ପରିସ୍ଥିତିରେ ଟେକ୍ନୋଲୋଜିର ବ୍ୟବହାର ଅବସମ୍ଭାବୀ ହୋଇ ପଡ଼ିଥିବାରୁ ଏହାକୁ କିଭଳି ସମାଜର ହିତ ପାଇଁ ସୁନିୟନ୍ତ୍ରିତ ଢଙ୍ଗରେ ବ୍ୟବହାର କରାଯାଇ ପାରିବ, ସେଥିପ୍ରତି ସବୁକ୍ଷେତ୍ରରେ ବିଶେଷକରି ସମ୍ବାଦପତ୍ର ଓ ଗଣମାଧ୍ୟମ ଅତ୍ୟନ୍ତ ସତର୍କତା ଓ ସଜାଗ ରହିବା ଜରୁରୀ ବୋଲି ପି.ଆଇ.ବି. ଅତିରିକ୍ତ ମହାନିର୍ଦ୍ଦଶକ ଅଖିଳ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଓଡ଼ିଶା (କଟକ) ତଥା ଛତିଶଗଡ଼ରୁ ଏକକାଳୀନ ପ୍ରକାଶ ପାଉଥିବା ଦୈନିକ ହିନ୍ଦୀ ଖବରକାଗଜ ‘ମହାନଦୀ ସୁପରଫାଷ୍ଟ’ର ଷଷ୍ଠବର୍ଷ ପୂର୍ତ୍ତି ଉପଲକ୍ଷେ ‘ଏ.ଆଇ. ଚାଲେସେ୍: ଫର ମିଡ଼ିଆ କଣ୍ଟେଟ୍’ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ସହିତ ‘ଉତ୍କର୍ଷ ଓଡ଼ିଶା ସମ୍ମାନ ପ୍ରଦାନ’ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ସାମ୍ବାଦିକ ତଥା ମହାନଦୀ ସୁପର ଫାଷ୍ଟର ସମ୍ପାଦକ ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପି.ଆଇ.ବି. ଏଡିଜି ଶ୍ରୀ ମିଶ୍ରଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରସାଦ ହରିଚନ୍ଦନ, ବିଜେପିର ବରିଷ୍ଠ ନେତା ଡ. ମୁରଲୀ ମନୋହର ଶର୍ମା, ଅନୁଗୋଳ-ସୁକିନ୍ଦା ରେଲୱେ ପ୍ରୋଜେକ୍ଟ ଲିମିଟେଡର ଏମ୍.ଡି. ଦିଲ୍ଲୀପ କୁମାର ସାମନ୍ତରାୟ, ସୁଶୃତ ହସ୍ପିଟାଲ୍ ଓ ଟ୍ରମା କେୟାର ସି.ଇ.ଓ. ଚିଦତ୍ମିକ ଖଟୁଆ, ବରିଷ୍ଠ ସାମ୍ବାଦିକ ତଥା କ୍ୟାପିଟାଲ୍ ପୋଷ୍ଟର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ଭି. ରାଜେନ୍ଦ୍ର ରାଜୁ ଅତିଥି ଭାବେ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ କୃତ୍ରିମ ବୁଦ୍ଧିମତା ବା ଏ.ଆଇ ର ପ୍ରୟୋଗ କ୍ଷେତ୍ରରେ ପ୍ରତ୍ୟେକ ମଣିଷ ବିଶେଷକରି ଗଣମାଧ୍ୟମ ନିହାତି ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ । କାରଣ ସୁନିୟନ୍ତ୍ରିତ ଢଙ୍ଗରେ ଯଦି ଏ.ଆଇ. ର ବ୍ୟବହାରକରା ନଯାଏ, ପ୍ରତିକୂଳ ପ୍ରଭାବ ସମାଜ ଉପରେ ପଡ଼ିବ, ସେଥିପାଇଁ ଅଧିକ ଧ୍ୟାନ ଦିଆଯିବା ଜରୁରୀ । ଉତ୍କଳ ସମ୍ମିଳନୀ ଜରିଆରେ ଆନ୍ଦୋଳନ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ମୁଖ୍ୟ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଓଡ଼ିଶା ମାଟି ପାଇଁ ବିଶେଷ ଅବଦାନକୁ ସ୍ମରଣ କରିବା ନିମନ୍ତେ ସେମାନଙ୍କ ୁମରଣୋତ୍ତର ଭାରତ ରତ୍ନ ଉପାଧି ଦିଆଯିବାକୁ ସେ ଦାବି କରିଥିଲେ ।
ମୁଖ୍ୟବକ୍ତା ଭାବେ ଶ୍ରୀ ମିଶ୍ର କୃତ୍ରିମ ବୁଦ୍ଧିମତା (ଏ.ଆଇ.)ର ବ୍ୟବହାର ବର୍ତ୍ତମାନ ସମାଜର ଆବଶ୍ୟକତା ହୋଇପ ଡ଼ିଥିବା ଦୃଷ୍ଟିରୁଏହାକୁ ଗଣମାଧ୍ୟମ ସମାଜର ହିତ ପାଇଁ ବ୍ୟବହାର ସୁନିୟନ୍ତ୍ରିତ ଢଙ୍ଗରେ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିଭାଧାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷମାନେ ହେଲେ ନାରାୟଣ ମୁଦୁଲି (ହିନ୍ଦୀଲେଖକ ଏବଂ ସାହିତ୍ୟ), ଉତ୍କଳ ଭୂଷଣ ରାଉତରାୟ (ରେଳ ୟୁନିଅନର ନେତା),
ପ୍ରଭାତ କୁମାର ରାଉତ (ଶିକ୍ଷାବିତ୍ ), ୟେଲିନା ପଣ୍ଡା (ରାଜଭାଷା ଅଦିକାରୀ / ପୂର୍ବତଟ ରେଳପଥ), ଶେଖ ରିଆଜ ମହମ୍ମଦ (ସମ୍ପାଦକ ଆକବରନାମା ଉର୍ଦ୍ଦୁ ଖବରକାଗଜ), ହର ପ୍ରସାଦ ଦାସ (ସାମ୍ବାଦିକ ତଥା ପରିଚାଳନା ସମ୍ପାଦକ, ମହାନଦୀ ସୁପରଫାଷ୍ଟ) କମଲ ଅଗ୍ରୱାଲ (ସମାଜସେବୀ ଏବଂ ଶିଳ୍ପପତି ଅନୀତା ଅଗ୍ରୱାଲ, ସମାଜସେବୀ ସଭାପତି, ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ), ରାଜେଶ ଦାହିମା (ବରିଷ୍ଠ ସାମ୍ବାଦିକ), ବିକାଶ ଶର୍ମା (ସାମ୍ବାଦିକ), ସମ୍ୟରଞ୍ଜନ ରାଉତ (ସାମ୍ବାଦିକ) । ଧତିୃକାମ ଦାସ ସଭା ସଞ୍ଚାଳନ କରିଥିଲା ବେଳେ ପାର୍ଥ ସାରଥି ଜେନା ସହଯୋଗ କରିଥିଲେ । ଶେଷରେ ନୃସିଂହ ମହାପାତ୍ର ଧନ୍ୟବାଦ ଦେଇଥିଲେ l

No Result
View All Result