No Result
View All Result
କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥୀରେ ପବିତ୍ର ସୁନିଆଁ ପର୍ବ ଓ ବାମନ ଉତ୍ସବ ପାଳନ ଅବସରରେ ୪୨ ମୌଜା ବରାଳ ଗ୍ରାମର ‘ନାରାୟଣୀ କାଳୀ ପୂଜା କମିଟି’ ଆନୁକୂଲ୍ୟରେ ମା’ ଶ୍ୟାମା କାଳୀଙ୍କ ଉଦ୍ଦେଶ୍ୟରେ ପୂର୍ଣ୍ଣ ନୀତି ନିୟମ ଅନୁଯାୟୀ ପୁଣ୍ୟତୋୟା କାଠଯୋଡି ନଦୀରୁ ବିଧିବିଧାନ ପୂର୍ବକ ଯଥାବିଧି ପୂଜାର୍ଚ୍ଚନା କରାଯାଇ ଶୁଭ ମାଟି ଅନୁକୂଳ କରାଯାଇଅଛି । ଗ୍ରାମ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂକୀର୍ତନ କରାଯାଇ ଶୋଭାଯାତ୍ରା ପଟୁଆରରେ ଶୁଭ ମାଟି ମା’ ଙ୍କ ମଣ୍ଡପକୁ ଅଣାଯାଇଛି ।
ଏହି ଭୂମି ପୂଜାକୁ କମିଟି ତରଫରୁ ପଣ୍ଡିତ ବାପି ନନାଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଗାୟକ ଶ୍ରୀ ଗୋପାଳ ବେଉରା କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ ଏବଂ କମିଟିର ସଭାପତି ବିଶ୍ଵରଞ୍ଜନ ବେଉରା,ସମ୍ପାଦକ ଲକ୍ଷ୍ମୀଧର ବେଉରା,ଆନନ୍ଦ ବେଉରା, ଭାସ୍କର ବେଉରା,ଅଭିନେତା ସୁଧାଂଶୁ ବେଉରା,ଅରକ୍ଷିତ ଜେନା,ଜ୍ଞାନ ରଞ୍ଜନ ଜେନା,ସନ୍ତୋଷ କୁମାର ସାହୁ,ପ୍ରଶାନ୍ତ ଲେଙ୍କା,ସୁକୁଟା ସାହୁ,ଦୁଲା ଭୋଇ ଓ ରାଜନ ସାହୁ ପ୍ରମୁଖଙ୍କ ସହଯୋଗରେ କରାଯାଇଛି। ଏହି ମହାନ୍ ପୁଣ୍ୟ କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ସୁବାଷ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।

No Result
View All Result