• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାରେ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେବାର ସମ୍ପ୍ରସାରଣ ପାଇଁ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ଏବଂ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ମଧ୍ୟରେ ରଣନୈତିକ ଯୌଥ ଉଦ୍ୟୋଗ ଗଠନ

Proprietor Abhimanyu Maharana by Proprietor Abhimanyu Maharana
September 25, 2026
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha
Share on FacebookShare on TwitterWhatsapp

ନ୍ୟୁବର୍ଗ ପ୍ରୋଲାଇଫ୍ ଆଗାମୀ ଦୁଇ ବର୍ଷ ଭିତରେ ଓଡ଼ିଶା ସାରା ୧୦ଟି ଇଣ୍ଟିଗ୍ରେଟେଡ୍ ଡାଏଗ୍ନୋଷ୍ଟିକ୍ସ ଆଣ୍ଡ ୱେଲନେସ୍ ସେଣ୍ଟର୍ ଏବଂ ୧୦୦ରୁ ଅଧିକ ସାଟେଲାଇଟ୍ ଲ୍ୟାବ୍ ଓ ସାମ୍ପଲ୍ କଲେକ୍ସନ୍ ସେଣ୍ଟର୍ ଖୋଲିବାକୁ ଲକ୍ଷ୍ୟ ରଖିଛି।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ଭାରତର ଅଗ୍ରଣୀ ସମନ୍ୱିତ ଡାଇଗ୍ନୋଷ୍ଟିକ୍ ନେଟୱାର୍କ ମଧ୍ୟରୁ ଅନ୍ୟତମ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ, ସମଗ୍ର ଓଡ଼ିଶାରେ ଉଚ୍ଚମାନର, ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ୍ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ସହିତ ଏକ ରଣନୈତିକ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ସ୍ଥାପନ କରିଛି । ଏହି ନୂତନ ଉଦ୍ୟୋଗ ‘ନିଉବର୍ଗ ପ୍ରୋଲାଇଫ୍’, ନିଉବର୍ଗର ସମଗ୍ର ଭାରତୀୟ ବ୍ୟାପ୍ତି, ଉନ୍ନତ ରୋଗ ନିର୍ଣ୍ଣୟ (ଡାଇଗ୍ନୋଷ୍ଟିକ୍) କ୍ଷମତା, ଉଚ୍ଚସ୍ତରୀୟ ଜ୍ଞାନକୌଶଳ, ଏଆଇ-ଆଧାରିତ ଆଇଟି ପ୍ଲାଟଫର୍ମ ଏବଂ ଗୁଣବତ୍ତା ବ୍ୟବସ୍ଥାକୁ ପ୍ରୋଲାଇଫ୍‌ର ସୁନାମ, ସ୍ଥାନୀୟ ଉପସ୍ଥିତି ତଥା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ର ବିଷୟରେ ଥିବା ଗଭୀର ବୁଝାମଣା ସହିତ ଏକତ୍ରିତ କରିବ।

​ନିଉବର୍ଗ ପ୍ରୋଲାଇଫ୍ ସାଧାରଣ ତଥା ବିଶେଷଜ୍ଞ ପାଥୋଲୋଜି, ରେଡିଓଲୋଜି, ପ୍ରତିଷେଧକ ସୁସ୍ଥତା ଏବଂ ଉନ୍ନତ ଡାଇଗ୍ନୋଷ୍ଟିକ୍ସ-ଯେପରିକି ଜେନୋମିକ୍ସ, ମେଟାବୋଲୋମିକ୍ସ, ପ୍ରୋଟିଓମିକ୍ସ, ଡିଜିଟାଲ୍ ପାଥୋଲୋଜି ଓ ଏଆଇ-ଚାଳିତ ଉନ୍ନତ ରେଡିଓଲୋଜି ସମେତ ଏକ ବ୍ୟାପକ ସେବା ପରିସର ପ୍ରଦାନ କରିବ। ନ୍ୟୁବର୍ଗ ଡାଏଗ୍ନୋଷ୍ଟିକ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜି.ଏସ୍.କେ. ଭେଲୁ କହିଛନ୍ତି, “ନିଉବର୍ଗର ସମଗ୍ର ଭାରତୀୟ ସମ୍ପ୍ରସାରଣ ଯାତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର, ଯେଉଁଠାରେ ପ୍ରମୁଖ ସହରାଞ୍ଚଳ ବାହାରେ ମଧ୍ୟ ଗୁଣାତ୍ମକ ତଥା ଉନ୍ନତ ରୋଗ ନିର୍ଣ୍ଣୟ (ଡାଏଗ୍ନୋଷ୍ଟିକ୍ସ) ସେବାର ଉପଲବ୍ଧତାକୁ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

‘ନିଉବର୍ଗ ପ୍ରୋଲାଇଫ୍’ ମାଧ୍ୟମରେ ଆମେ ନିଉବର୍ଗର ପ୍ରଯୁକ୍ତିବିଦ୍ୟା, ଉନ୍ନତ ରୋଗ ନିର୍ଣ୍ଣୟ ଦକ୍ଷତା ଏବଂ ଜାତୀୟ ସ୍ତରର ପରିସର ସହିତ ପ୍ରୋଲାଇଫ୍‌ର ଦୃଢ଼ ସ୍ଥାନୀୟ ଉପସ୍ଥିତି ତଥା ଓଡ଼ିଶା ପ୍ରତି ଥିବା ତା’ର ଉତ୍ତମ ବୁଝାମଣାକୁ ଏକତ୍ରିତ କରୁଛୁ । ସୁଲଭତା, ସୁଗମତା, ପ୍ରାରମ୍ଭିକ ରୋଗ ଚିହ୍ନଟ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ କେନ୍ଦ୍ରିତ ଏକ ଭବିଷ୍ୟତ-ଉପଯୋଗୀ ରୋଗ ନିର୍ଣ୍ଣୟ ନେଟୱାର୍କ ଗଠନ କରିବା ହିଁ ଆମର ଲକ୍ଷ୍ୟ ।” ଏହାର ସମ୍ପ୍ରସାରଣ ରଣନୀତିର ଏକ ଅଂଶ ଭାବରେ, ନ୍ୟୁବର୍ଗ ପ୍ରୋଲାଇଫ୍ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ବାରିପଦା ଏବଂ ଝାରସୁଗୁଡ଼ାରେ ୧୦ଟି ସମନ୍ୱିତ ରୋଗ ନିର୍ଣ୍ଣୟ ତଥା ୱେଲନେସ୍ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛି ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ସାଟେଲାଇଟ୍ ଲାବୋରେଟୋରୀ ଏବଂ ନମୁନା ସଂଗ୍ରହ କେନ୍ଦ୍ର ଦ୍ୱାରା ଏହି କେନ୍ଦ୍ରଗୁଡ଼ିକୁ ସହାୟତା ପ୍ରଦାନ କରାଯିବ। ଏହି ‘ହବ୍-ଆଣ୍ଡ୍-ସ୍ପୋକ୍’ ନେଟୱର୍କ ଟିୟର-୨, ଟିୟର-୩ ଏବଂ ବିକାଶଶୀଳ ବଜାରର ରୋଗୀମାନଙ୍କୁ ସେମାନଙ୍କ ଘର ନିକଟରେ ନିୟମିତ ତଥା ବିଶେଷଜ୍ଞ ଡାଇଗ୍ନୋଷ୍ଟିକ୍ ସେବା ପାଇବାରେ ସକ୍ଷମ କରିବ, ଯାହାଦ୍ୱାରା ଉନ୍ନତମାନର ପରୀକ୍ଷା ନିରୀକ୍ଷା ପାଇଁ ବଡ଼ ସହରକୁ ଯିବାର ଆବଶ୍ୟକତା ହ୍ରାସ ପାଇବ।

ନ୍ୟୁବର୍ଗ ପଲ୍ସ ଡାଏଗ୍ନୋଷ୍ଟିକ୍ସର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ତଥା ପରିଚାଳନା ନିର୍ଦ୍ଦେଶିକା ସୁନୈନା ବିହାନୀ କହିଛନ୍ତି, “ସମୃଦ୍ଧ ଐତିହ୍ୟ ଏବଂ ଆଧ୍ୟାତ୍ମିକତାର ଭୂମି ଓଡ଼ିଶା, ଏକ ପ୍ରତିଶ୍ରୁତିପୂର୍ଣ୍ଣ ପ୍ରଗତିଶୀଳ ବଜାର ଭାବରେ ଉଭା ହେଉଛି। ରାଜ୍ୟର ଅଗ୍ରଗତି ସହିତ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିବ । ପ୍ରୋଲାଇଫ୍ ସହିତ ଆମର ଭାଗୀଦାରୀ ନ୍ୟୁବର୍ଗର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବିଶେଷଜ୍ଞ ନିଦାନ (ଡାଏଗ୍ନୋଷ୍ଟିକ୍) କ୍ଷମତାକୁ ପ୍ରୋଲାଇଫର ଦୃଢ଼ ସ୍ଥାନୀୟ ଉପସ୍ଥିତି ତଥା ବିଶ୍ୱାସ ସହିତ ଯୋଡୁଛି । ଆମେ ମିଳିତ ଭାବରେ ସମଗ୍ର ଓଡ଼ିଶାରେ ଉନ୍ନତ ତଥା ସୁଲଭ ନିଦାନ ସେବା ପହଞ୍ଚାଇବା ଏବଂ ନିରନ୍ତର ଗୁଣବତ୍ତା ସହିତ ରୋଗୀଙ୍କୁ ଏକ ଉନ୍ନତ ଅନୁଭୂତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”

ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସର ସିଇଓ ତଥା ନିର୍ଦ୍ଦେଶକ ଏବଂ ଦେଶର ଜଣେ ବିଶିଷ୍ଟ ପାଥୋଲୋଜିଷ୍ଟ ଡାକ୍ତର ମାନସ ବୈଶାଖ କହିଛନ୍ତି, “ଲକ୍ଷଣ ପ୍ରକାଶ ପାଇବା ପରେ ରୋଗ ଚିହ୍ନଟ କରିବା ପରିବର୍ତ୍ତେ ପୂର୍ବରୁ ବିପଦକୁ ଆକଳନ କରିବା ତଥା ପ୍ରତିଷେଧକ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟସେବା (ପର୍ସନାଲାଇଜ୍‌ଡ୍ ହେଲ୍‌ଥକେୟାର୍) ସୁନିଶ୍ଚିତ କରିବା ଦିଗରେ ଡାଇଗ୍ନୋଷ୍ଟିକ୍ସ କ୍ଷେତ୍ର ଦ୍ରୁତ ଗତିରେ ବିକଶିତ ହେଉଛି। ନ୍ୟୁବର୍ଗ ପ୍ରୋଲାଇଫ୍ ସଠିକତା, ଗୁଣବତ୍ତା ଏବଂ ସମୟୋପଯୋଗୀ ରିପୋର୍ଟ ପ୍ରଦାନକୁ ପ୍ରାଥମିକତା ଦେଇ ଓଡ଼ିଶାସାରା ରୋଗୀ ଓ ଚିକିତ୍ସକମାନଙ୍କ ନିକଟରେ ଏହି ସୁବିଧାଗୁଡ଼ିକୁ ପହଞ୍ଚାଇବ ।”

ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସର ନିର୍ଦ୍ଦେଶକ ତଥା ଦେଶର ଜଣେ ପ୍ରତିଷ୍ଠିତ ରେଡିଓଲୋଜିଷ୍ଟ ଡକ୍ଟର ସତ୍ୟସୁନ୍ଦର ମହାପାତ୍ର କହିଛନ୍ତି, “ଏହି ରଣନୈତିକ ସହଭାଗିତା ମାଧ୍ୟମରେ ନ୍ୟୁବର୍ଗ ପ୍ରୋଲାଇଫ୍ ରାଜ୍ୟବ୍ୟାପୀ ଏକ ସୁଦୃଢ଼ ଡାଇଗ୍ନୋଷ୍ଟିକ୍ ପ୍ଲାଟଫର୍ମ ଗଠନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସ୍ଥାନୀୟ ବିଶ୍ୱାସ ଓ ଉପଲବ୍ଧତାକୁ ଜାତୀୟସ୍ତରର ଦକ୍ଷତା, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଅପୋଷହୀନ ଗୁଣବତ୍ତା ସହିତ ଯୋଡ଼ିବ; ଫଳରେ ସମଗ୍ର ଓଡ଼ିଶାରେ ନିୟମିତ, ପ୍ରତିଷେଧକ ତଥା ଉନ୍ନତମାନର ରୋଗ ନିରୂପଣ ସେବା ଅଧିକ ସୁଲଭ ଏବଂ ସହଜଲଭ୍ୟ ହୋଇପାରିବ।“

ଏହି କାରବାର (ଟ୍ରାଞ୍ଜାକ୍ସନ) ପାଇଁ ୱୁଡ଼ହାଉସ୍ କ୍ୟାପିଟାଲ୍ ଆଡଭାଇଜର୍ସ ଏକ୍ସକ୍ଲୁସିଭ୍ ପରାମର୍ଶଦାତା ଥିଲେ। ୱୁଡ଼ହାଉସ୍ କ୍ୟାପିଟାଲ୍ର ନିର୍ଦ୍ଦେଶକ ମିହିର କାପାଡ଼ିଆ କହିଛନ୍ତି, “ଓଡ଼ିଶାରେ ଉନ୍ନତମାନର ରୋଗ ନିର୍ଣ୍ଣୟ (ଡାଇଗ୍ନୋଷ୍ଟିକ୍ସ) ସୁବିଧାକୁ ବିସ୍ତାର କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି। ଏହି ପ୍ରତିଷ୍ଠିତ କାରବାରରେ ପରାମର୍ଶଦାତା ହୋଇଥିବାରୁ ଆମେ ବହୁତ ଖୁସି, ଯାହା ରାଜ୍ୟରେ ଉନ୍ନତ ରୋଗ ନିର୍ଣ୍ଣୟ କ୍ଷମତାକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ମୂଲ୍ୟ ସୃଷ୍ଟି କରିବ ।“

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବୟାଳିସମୌଜା ଚାନ୍ଦୁଲି ବଳି ବାମନ ପୀଠରେ ଭବ୍ୟ ବାମନ ଜନ୍ମ ଓ ସୁନିଆ ଉତ୍ସବ ସମ୍ପନ୍ନ

ବୟାଳିସମୌଜା ଚାନ୍ଦୁଲି ବଳି ବାମନ ପୀଠରେ ଭବ୍ୟ ବାମନ ଜନ୍ମ ଓ ସୁନିଆ ଉତ୍ସବ ସମ୍ପନ୍ନ

September 26, 2026
Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha

न्यूबर्ग डायग्नोस्टिक्स और प्रोलाइफ डायग्नोस्टिक्स ने ओडिशा में बेहतर और आधुनिक जांच सेवाओं का विस्तार करने के लिए साझेदारी की

September 25, 2026
Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha

ଓଡ଼ିଶାରେ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେବାର ସମ୍ପ୍ରସାରଣ ପାଇଁ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ଏବଂ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ମଧ୍ୟରେ ରଣନୈତିକ ଯୌଥ ଉଦ୍ୟୋଗ ଗଠନ

September 25, 2026
Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha

Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha

September 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବୟାଳିସମୌଜା ଚାନ୍ଦୁଲି ବଳି ବାମନ ପୀଠରେ ଭବ୍ୟ ବାମନ ଜନ୍ମ ଓ ସୁନିଆ ଉତ୍ସବ ସମ୍ପନ୍ନ

ବୟାଳିସମୌଜା ଚାନ୍ଦୁଲି ବଳି ବାମନ ପୀଠରେ ଭବ୍ୟ ବାମନ ଜନ୍ମ ଓ ସୁନିଆ ଉତ୍ସବ ସମ୍ପନ୍ନ

September 26, 2026
Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha

न्यूबर्ग डायग्नोस्टिक्स और प्रोलाइफ डायग्नोस्टिक्स ने ओडिशा में बेहतर और आधुनिक जांच सेवाओं का विस्तार करने के लिए साझेदारी की

September 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version