ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତ ର ଆଡ଼ିପଙ୍କା ଜଙ୍ଗଲରୁ ଏକ ଅଚିହ୍ନା ବ୍ୟକ୍ତି ଙ୍କୁ ଉଦ୍ଧାର କରିଛି ବ୍ରାହ୍ମଣୀଗାଁ ପୋଲିସ୍। ପ୍ରାପ୍ତ ସୂଚନା ଅନୁଯାୟୀ ହାତୀମୁଣ୍ଡା ଗ୍ରାମ ର କିଛି ମହିଳା ଶାଗ ସଂଗ୍ରହ କରିବାକୁ ଉକ୍ତ ଜଙ୍ଗଲ କୁ ଯାଇଥିଲେ । ତେବେ ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ପଡ଼ି ରହିଥିବା ଦେଖି ଭୟଭିତ ହୋଇ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।














