ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ତରଫରୁ ଏକ ପାଠ ଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଠଚକ୍ର ର ବିଷୟ ବସ୍ତୁ ଥିଲା ” ପରବର୍ତ୍ତୀ ବିଶ୍ଵ ରାଜନୀତି ଓ

ଏହାର ପ୍ରଭାବ ଭାରତ ବୈଦେଶିକ ନୀତି ଉପରେ ” ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସଙ୍କ ତତ୍ଵାବଧାନରେ ରାଜନୀତି ବିଜ୍ଞାନ ବିଭାଗ ତୃତୀୟ ବର୍ଷ ଛାତ୍ର ତରୁଣ କୁମାର ମଲ୍ଲିକ ଓ ବିକ୍ରମ ମଲ୍ଲିକ ଏହି ସନ୍ଦର୍ଭ ପାଠ କରିଥିବା ବେଳେ ବିଭାଗୀୟ ଅଧ୍ୟାପିକା ଆଲିପାମା ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l















