ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରବିବାର ଛୁଟି ଦିନ ଯୋଗୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ବଢିଥିଲା । ଭକ୍ତ ମାନେ ସାତପାହାଚ ଦେଇ ଜଗମୋହନକୁ ପ୍ରବେଶ କରୁଥିବା ସଭୟରେ ସାତପାହାଚ ତଳେ ଚନ୍ଦନ ଚକଡାରେ ଜଗନ୍ନାଥ ଟେମ୍ପଲୁ ପୋଲିସ (ଜେଟିପି) ଓ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ମଧ୍ଯରେ ବଚସାରୁ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲା ।















