ମାଲକାନଗିରି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦୁର୍ଘଟଣାରେ ଆହତ ହୋଇ ରାସ୍ତା ଉପରେ ପଡ଼ିଥିବା ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡିକାଲ ପହଞ୍ଚାଇଲେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ। ଘଟଣା ଅନୁଯାୟୀ ଆଜି ସନ୍ଧ୍ୟାରେ ମାଲକାନଗିରି ଠାରୁ କୋରୁକୋଣ୍ଡା ରାସ୍ତାରେ ଜଣେ ମଟର ଚାଳକଙ୍କୁ ଏକ ପିକ ଅପ୍ ଭ୍ୟାନ୍ ଧକ୍କା ଦେବାରୁ ଗଣେଶ ନାୟକ ନାମକ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିଲେ ।















