ନୂଆଗାଁ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୂଆଗାଁ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆଜି ମାନ୍ୟବର ଜିଲ୍ଲାପାଳ ମଧୁମିତା ରଥ ଅଚାନକ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନାଲତା ବେହେରା , ବ୍ଲକ ଶିକ୍ଷା ଅଧିକାରୀ ଡ଼ . ଗିରିଜା ଶଙ୍କର ମହାପାତ୍ର ଏବଂ ଉଭୟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ ।

ଦିନ ୧୨:୩୦ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଦୀର୍ଘ ପରିଦର୍ଶନ କାଳରେ ଜିଲ୍ଲାପାଳ ମହୋଦୟା ବିଦ୍ୟାଳୟର ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ରମର ତନ୍ନ ତନ୍ନ ଯାଞ୍ଚ କରିଥିଲେ: ଶ୍ରେଣୀଗୃହ ଓ ଶିକ୍ଷାଦାନ ଶ୍ରେଣୀଗୃହକୁ ଯାଇ ସ୍ମାର୍ଟ କ୍ଲାସ୍, ପାଠପଢ଼ା ଏବଂ ‘ଦୀପା’ କାର୍ଯ୍ୟକ୍ରମର ଅଗ୍ରଗତି ନିରୀକ୍ଷଣ କରିବା ସହ ଛାତ୍ର ଛାତ୍ରୀଙ୍କ ସୁବିଧା ଅସୁବିଧା, ପାଠପଢ଼ା ,

ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ତତ୍ ସହିତ ଉଜ୍ଜ୍ବଳ ଭବିଷ୍ୟତ ଗଠନ ପାଇଁ ସୁ ପରାମର୍ଶ ଦେଇଥିଲେ । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।ପାଠାଗାର ଓ ଭିତ୍ତିଭୂମି ବିଦ୍ୟାଳୟ ପାଠାଗାର ପରିସରର ସାମଗ୍ରିକ ସ୍ୱଚ୍ଛତା ତଥା ଛାତ୍ରାବାସର ବ୍ୟବସ୍ଥା ଯାଞ୍ଚ କରିଥିଲେ ।















