ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ହାତୀପଲଙ୍କ ଆତଙ୍କ ରାଜ୍। ଜଣେ ଯୁବକଙ୍କୁ ଦଳି ମାରିଦେଲା ଦନ୍ତା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଭୁଆସୁଣୀ ପାଟଣା ଗ୍ରାମରେ ଆଜି ସକାଳୁ ଜଣେ ଯୁବକ କୁ ଦନ୍ତା ଦଳି ମାରିଦେଇଛି । ଭୁଆସୁଣୀ ପାଟଣାର ପ୍ରିୟବ୍ରତ ପରିଡ଼ା ସକାଳୁ ଖୋର୍ଦ୍ଧା ଏକ କମ୍ପାନୀରୁ କାମସାରି ଫେରୁଥିବା ସମୟରେ ରାସ୍ତାରେ ପ୍ରବଳ କୁହୁଡିରେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ।

ଦନ୍ତା ଉକ୍ତ ଯୁବକଙ୍କୁ ଦଳି ଦେଇ ଥିବାରୁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । କୁହୁଡି ଛାଡିବା ପରେ ଲୋକମାନେ ଦେଖିଥିବା ବେଳେ ଗାଁରେ ଚାପା ଉତେଜନା ଦେଖା ଦେଇଛି । ଏଥିପାଇଁ ବନ ବିଭାଗକୁ ସମ୍ପୂର୍ଣ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ତେବେ କିଛି ସମୟ ପରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା ।















