No Result
View All Result
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା : ସରକାରୀ କାର୍ଯ୍ୟକ୍ରମ ନା ଦଳୀୟ ନେତାଙ୍କୁ ତୁଷ୍ଟି କରଣ
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) :- ହିଞ୍ଜିଳିକାଟୁ ସ୍ଥିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଶୁକ୍ରବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ପ୍ରଯୋଜନାରେ ହିଞ୍ଜିଳିକାଟୁ ବ୍ଳକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ତ୍ରୁଟି, ବିଚ୍ୟୁତି ଓ ଚର୍ଚ୍ଚିତ ଖବର ଲୋକ ଲୋଚନକୁ ଆସିଥିବା ଦେଖାଯାଇଛି ।

ଉକ୍ତ କାର୍ଯ୍ୟକ୍ରମଟି ବ୍ଲକ ପରିସରରେ ଆୟୋଜିତ ହୋଇଥିଲା ବେଳେ ପ୍ରଥମରୁ ହିଁ ବ୍ଲକ ମୁଖ୍ୟ ପ୍ରବେଶରେ ଲେଖା ହୋଇଥିବା କାର୍ଯ୍ୟାଳୟର ନାମ ଫଳକ ସମ୍ମୁଖରେ ଆୟୋଜକ ବୃନ୍ଦ ଗେରୁଆ ରଙ୍ଗର ବସ୍ତ୍ରରେ ଦ୍ଵାର ତିଆରି କରି ସମ୍ପୂର୍ଣ୍ଣ ଆବରଣ କରିଥିଲେ । ପ୍ରବେଶ ଦ୍ଵାରରେ ରଖା ଯାଇଥିବା ହୋର୍ଡିଂରେ ତ୍ରୁଟିପୂର୍ଣ୍ଣ ଶବ୍ଦ ସଂଯୋଜନା ସହ ଦର୍ଶିତ ସୁଚନାକୁ ପରିଚାଳକ ମଣ୍ଡଳୀଙ୍କ କାର୍ଯ୍ୟଧାରା ସାଧାରଣରେ ମଧ୍ଯ ଭ୍ରମିତ କରିଥିଲା ।

ହୋଡ଼ିଂରେ ଲେଖା ହୋଇଥିବା ଭାଷାରେ ବି ଉଡ଼ିଥିଲା ଓଡ଼ିଆ ଅସ୍ମିତାର ଧଜିଆ।ପୋର୍ଟଫୋଲିଓ ରେ ସ୍ଥାନିତ ଥିବା ଅତିଥି ବୃନ୍ଦଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଓ ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ, ଛତ୍ରପୁର, ହିଞ୍ଜିଳି ବିଧାୟକଙ୍କ ବ୍ଲକ ପ୍ରତିନିଧି, ବ୍ଲକ ଅଧ୍ୟକ୍ଷା, ପୌର ପରିଷଦ ଅଧ୍ୟକ୍ଷ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ,

ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ହିଞ୍ଜିଳିକାଟୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଓ ହିଞ୍ଜିଳିକାଟୁ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ନାମ ଦର୍ଶା ଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ଢେର ବିଳମ୍ବରେ ଆରମ୍ଭ ହେଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ପୌର ପରିଷଦ ଅଧ୍ୟକ୍ଷ ଅନୁପସ୍ଥିତ ଥିବା ପରିଲକ୍ଷିତ ହୋଇଥିଲା ।

ବିଳମ୍ବିତ ପରିସ୍ଥିତିରୁ ମୁକୁଳିବା ଓ ଦର୍ଶକ ଙ୍କ ଉପସ୍ଥାନ ହ୍ରାସ ପାଇବା ପରେ ଲୋକହସାରୁ ବର୍ତ୍ତିବା ପାଇଁ ଆୟୋଜକ ବୃନ୍ଦ ଦର୍ଶକଙ୍କ ପାଇଁ ଉଦ୍ଧିଷ୍ଟ ଚେୟାର ସଂଖ୍ୟା ଉଠାଇ ନେବା ପାଇଁ ବାଧ୍ୟ ହୋଇଥିଲେ। ଜିଲ୍ଲା ସ୍ତରରୁ ଆସିଥିବା ପ୍ରଶାସନିକ ଅଧିକାରୀ,ବିଭାଗୀୟ ଅଧିକାରୀ ଏବଂ ଅତିଥି ତାଲିକାରେ ନାମ ନ ଥିବା ଶାସକ ଦଳର କିଛି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସଭାପତି ତଥା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ ।.

କେଉଁ ଅଦୃଶ୍ୟ କାରଣରୁ ଏବଂ କାହା ଚାପରେ ପଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ହଠାତ୍ ଅସହାୟ ବୋଧ କଲେ ଏବଂ ଅତିଥି ତାଲିକାରେ ନ ଥିବା ଶାସକ ଦଳର ନେତା ଙ୍କ ପାଇଁ ତୁଷ୍ଟିକରଣ ନୀତି ଆପଣେଇ ଆନୁଗତ୍ୟ ପ୍ରକାଶ କଲେ ତାହା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି। କାର୍ଯ୍ୟକ୍ରମରେ ଆଶାନୁରୂପ ଦର୍ଶକ ଯୋଗ ନ ଦେବା ସହ ମଧ୍ୟାହ୍ନ ଭୋଜନରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେବାରୁ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଭାବ ପ୍ରକାଶ ପାଇଛି ।

ସେ ଯାହା ହେଉ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଓ ଧନ୍ୟବାଦ ଅର୍ପଣ କରିଥିବା ସହକାରୀ ମତ୍ସ୍ୟ ଅଧିକାରୀ ନିଜର କିଛି ଘନିଷ୍ଠ ସହଯୋଗୀ ଗଣ ମାଧ୍ୟମକୁ ଡାକି ହାକି ଆପ୍ୟାୟିତ କରି ମେଳାରେ ଦେଖା ଦେଇଥିବା ଅବ୍ୟବସ୍ଥାରେ ତାଳି ପକାଇବାରେ ସକ୍ଷମ ହୋଇଥିଲା ବେଳେ ନିଜର ପାରିବା ପଣିଆକୁ ସାର୍ଥକ କରିବାରେ ସଫଳ ହୋଇଥିବା ସହରର ଜାଣିବା ଶୁଣିବା ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

No Result
View All Result