No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ ମନମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମନମୁଣ୍ଡା ଦଳ କର୍ଣ୍ଣିବେଡ଼ାକୁ ୧୧୪ ରନରେ ପରାସ୍ତ କରି ଚଳିତବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝୀ, ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଜିଲ୍ଲା ବିଜେପି ସଂପାଦକ ଦେବେନ୍ଦ୍ର କୁଦେଇ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ବୌଦ୍ଧ ଜିଲ୍ଲା ଶିକ୍ଷକ ନେତା ନିଳାଚଳ ଭୋଇ,

ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତୁଳସୀ ଝାଙ୍କର, ସମିତି ସଭ୍ୟ ହେମ ସାଗର ମାଝୀ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ପୁରସ୍କାର ବିତରଣ ସଭାରେ ସମସ୍ତ ଅତିଥି ବିଜେତା ଦଳକୁ ଟ୍ରଫି ସହ ୫୦ ହଜାର ପୁରସ୍କାର ରାଶି, ଉପ ବିଜେତାଙ୍କୁ ଟ୍ରଫି ସହ ୩୦ ହଜାର ପୁରସ୍କାର ରାଶି ପ୍ରଦାନ କରିଥିଲେ ଏବଂ

ମ୍ୟାନ ଅଫ ଦି ସିରିଜ ଟିଟିଲାଗଡ ଦଳର ଲିଲୁ ବେହେରା ଓ ମ୍ୟାନ ଅଫ୍ ଦି ମ୍ୟାଚ୍ ବିଜେତା ମନମୁଣ୍ଡା ଦଳର ବିଷ୍ଣୁ ନାୟକଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ୫ଦିନିଆ ଖେଳକୁ ରବିନ୍ଦ୍ର କୁଦେଇ, ବୈକୁଣ୍ଠ ନାୟକ, ମହେନ୍ଦ୍ର ବାଘ ଓ ସଞ୍ଜୁ ରଣା ପରିଚାଳନା କରିଥିବା ବେଳେ ନକୁଳ ବାଘ, ପ୍ରଶାନ୍ତ ବେହେରା , ସଞ୍ଜିବ କୁମାର କୁଦେଇ ଓ ରବିନ୍ଦ୍ର କୁଦେଇଙ୍କ ସମେତ ସମସ୍ତ କମିଟୀ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

No Result
View All Result