• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ରାଜ୍ୟରେ ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି

Proprietor Abhimanyu Maharana by Proprietor Abhimanyu Maharana
December 31, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ରାଜ୍ୟରେ ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି
Share on FacebookShare on TwitterWhatsapp

ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ରାଜ୍ୟରେ ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ଏବେ ସୁଦ୍ଧା ଛତିଶଗଡ଼ରେ ୪୦% ଧାନ କିଣା ସରିଥିବା ବେଳେ ଓଡ଼ିଶାରେ ମାତ୍ର ୮% ସରିଛି, ଡବଲ ଇଞ୍ଜିନ ସରକାର ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ରାଜ୍ୟର ୧୩ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ, ଏହି ଧାନ କିଣା ବ୍ୟବସ୍ଥା ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନପୁଟ ସବସିଡି ପ୍ରଦାନ କରୁଛନ୍ତି ବୋଲି ବାହାବା ନେଉଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ରାଜ୍ୟର ଧାନ କିଣାକୁ ଦେଖିଲେ, ଏହା ଚାଷୀକୁଳଙ୍କ ପ୍ରତି ଧୋକା ଓ ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜେଡି କହିଛି ।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା, ବିଧାୟକ ତଥା କୃଷକ ସେଲ୍ର ଆବାହକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ରାଜ୍ୟର ଚାଷୀକୁଳଙ୍କୁ ରାଜ୍ୟ ସରକାର ହତାଶ କରିଛନ୍ତି ବୋଲି ଅଭିଯୋଗ କରିବା ସହିତ ବିଜେଡି ଚାଷୀକୁଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ ଜାରି ରଖିବ ବୋଲି କହିଥିଲେ । ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଡବଲ ବିକାଶ ନାରା ଦେଇ ଆସିଥିବା ସରକାର ବାସ୍ତବରେ ଚଳିତ ବର୍ଷ ଧାନ କିଣା ବ୍ୟାପାରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ରାଜ୍ୟରେ ଧାନ କିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । କେନ୍ଦ୍ର ସରକାରଙ୍କ ଆଗରେ ଓଡ଼ିଶାର ସ୍ୱର ନରମି ଯାଉଛି । ଧାନ କିଣା ପ୍ରସଙ୍ଗରେ ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟ ମାନଙ୍କ ପାଇଁ ଧାନ କିଣା ପାଇଁ ରଖାଯାଇଥିବା ଲକ୍ଷ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଓଡିଶା ଠାରୁ ଛତିଶଗଡ଼ ରାଜ୍ୟର ଲକ୍ଷ୍ୟ ଅଧିକ ରହିଛି । ଛତିଶଗଡ଼ ଓଡିଶା ଠାରୁ କ୍ଷୁଦ୍ର ରାଜ୍ୟ ହୋଇଥିବା ବେଳେ ଓ ଛତିଶଗଡ଼ ଓଡିଶା ଠାରୁ କମ୍ ଧାନ ଉତ୍ପାଦନ କରୁଥିବା ବେଳେ ଓଡିଶା ପାଇଁ ୭୩ ଲକ୍ଷ ମେଟି୍ରକ ଟନ ଧାନକିଣା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଛତିଶଗଡ଼ ପାଇଁ ୮୦ ଲକ୍ଷ ମେଟି୍ରକ ଟନ ଧାନ କିଣାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ଓଡ଼ିଶାର ଦୁର୍ଭାଗ୍ୟ ଯେ, ଓଡିଶା ସରକାର ଏ ପ୍ରସଙ୍ଗରେ ନିରବ ରହିବାକୁ ଉଚିତ ମଣିଛନ୍ତି । ଛତିଶଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଧାନ କିଣା ଦାୟିତ୍ୱରେ ଥିବା ଓଡିଶା ରାଜ୍ୟ ଯୋଗାଣ ନିଗମର ୧୮,୮୮୬ କୋଟି ଟଙ୍କା ଋଣଭାର ରହିଛି । ଏହାଛଡା ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ନିକଟରୁ ୮୧୨୧ କୋଟି ଟଙ୍କା ଓଡିଶା ପାଇବାର ଅଛି । ଶ୍ରୀ ଆଚାର୍ଯ୍ୟ କହିଥିଲେ, ଗତ ଖରିଫ ଚାଷ ସମୟରେ ସାର ପ୍ରଦାନ କରିବାରେ ରାଜ୍ୟ ବିଜେପି ସରକାର ବିଫଳ ହୋଇଥିଲେ ।

ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ଦ୍ୱାରା ରାଜ୍ୟର ସମସ୍ତ ଚାଷୀଙ୍କର ପଞ୍ଜିକରଣ ହୋଇପାରିଲା ନାହିଁ । ପଞ୍ଜିକରଣ ନହେଲେ ଚାଷୀ ଧାନ ମଣ୍ଡିରେ ବିକ୍ରି କରିପାରିବ ନାହିଁ । ଅଭାବୀ ବିକ୍ରି ପାଇଁ ବାଧ୍ୟ ହେବ । ସରକାର ଦାରୁଭୂତ ମୁରାରୀ ହୋଇ ବସି ରହିଛନ୍ତି । ଚାଷୀଙ୍କୁ ଶୋଷଣ କରିବାର ସମସ୍ତ ଉପାୟ ସରକାର ଅବଲମ୍ୱନ କରୁଛନ୍ତି । ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଯେଉଁ ୮୦୦ ଟଙ୍କା ଇନପୁଟ ସବ୍ସିଡି କଥା କହିଥିଲେ, ତାହା ପ୍ରଦାନ ନକରିବା ଉଦେ୍ଦଶ୍ୟରେ ଧାନ କିଣାରେ ଟାଳଟୁଳ ନୀତି ରାଜ୍ୟ ସରକାର ଅବଲମ୍ୱନ କରୁଛନ୍ତି ।

ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ମାନଙ୍କ ମନ୍ତବ୍ୟରେ ତାଳମେଳ ନାହିଁ । ଯୋଗାଣ ମନ୍ତ୍ରୀ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଠାରୁ ଅଧିକ ଧାନ କିଣା ଯିବ ନାହିଁ ବୋଲି କହିଥିବା ବେଳେ କ୍ୟାବିନେଟ ବୈଠକରେ ସମସ୍ତ ବଳକା ଧାନ କିଣାଯିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ଗଣମାଧ୍ୟ୍ୟମରେ ପ୍ରକାଶ ପାଇଛି । ଅପରପକ୍ଷରେ ରାଜ୍ୟ ସମବାୟ ମନ୍ତ୍ରୀ ଟୋକନ ପିଛା ୧୫୦ କୁଇଣ୍ଟାଲ ଧାନ କିଣାଯିବ ବୋଲି କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷି ମନ୍ତ୍ରୀ ରାଜ୍ୟର କୃଷକ ମାନଙ୍କୁ ଧାନ ଚାଷ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ରାଜ୍ୟର ଚାଷୀକୁଳକୁ ହତାଶ କରିଛି । କ’ଣ ପାଇଁ ଚାଷୀକୁଳ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏହି ହତାଦର..? ଇନପୁଟ ସବ୍ସିଡି ଦେଇ ସରକାର ଯେଉଁ ବାହାବା ନେଉଛନ୍ତି, ତାହା ବାସ୍ତବରେ ଚାଷୀକୁଳ ପ୍ରତି ଧୋକା ଓ ପ୍ରତାରଣା ।

ଶ୍ରୀ ଦାସବର୍ମା କହିଥିଲେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମାତ୍ର ୮% ଚାଷୀ ଧାନ ବିକିବା ପାଇଁ ସକ୍ଷମ ହୋଇଥିଲା ବେଳେ ଛତିଶଗଡ଼ରେ ୪୦% ଚାଷୀ ଧାନ ବିକ୍ରି କରିସାରିଲେଣି । ରାଜ୍ୟରେ ବର୍ତ୍ତମାନ ୧୩ଟି ଜିଲ୍ଲାରେ ଧାନ କିଣା ଚାଲିଥିବା ବେଳେ, ଏହି ଜିଲ୍ଲା ଗୁଡିକରେ ୪୦୮୩ ଧାନ କିଣା କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ଜିଲ୍ଲା ଗୁଡିକରେ ମାତ୍ର ୧୦୩୯ଟି ଧାନ କିଣା କେନ୍ଦ୍ର ଖୋଲା ଯାଇଛି । ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ଧାନ କିଣା ପ୍ରକ୍ରିୟା କିପରି ଭାବେ ଚାଲିଛି ? ଧାନ ମଣ୍ଡିରେ ଓ ରାଜରାସ୍ତାରେ ଧାନ ରଖି କୃଷକ ମାନେ ଧାନ ବିକିବାକୁ ଚାତକ ପରି ଚାହିଁ ବସିଛନ୍ତି । କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ରାଜ୍ୟର କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସ୍ୱର ଉଠାଇବ ଓ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

June 29, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

June 29, 2026
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

ରଣପୁର ଶ୍ରୀମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତି

June 29, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Pune, Maharashtra

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version