ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ୯୦ ତମ ପ୍ରତଷ୍ଠା ଦିବସ ଭୁବନେଶ୍ୱର ୟୁନିଟ – ୯ ହାଉସିଂ ବୋର୍ଡ ଛକସ୍ଥିତ ବୁଦ୍ଧ ମନ୍ଦିର ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି l ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଡାଇବେଟିସ ରିଭାର୍ସାଲ୍ କୋଚ୍ ଡାକ୍ତର ମାଧବ ନାୟକ ଯୋଗଦେଇ ଥିଲେ l ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରଦୀପ ପ୍ରଜ୍ବଳନ କରି ସାରିବା ପରେ କୁଳ ଇଷ୍ଟ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ l

ମୁଖ୍ୟ ଅତିଥି ସମେତ ରାଜ୍ୟ କର୍ମକର୍ତ୍ତାଙ୍କ ଆସନ ଗ୍ରହଣ ପରେ ସେମାନଙ୍କୁ କଟକ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ଓ ଉମରଣୀ ବାରିକଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସାଦର ସମ୍ବର୍ଦ୍ଧନା ଦିଆ ଯାଇଥିଲା l ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁ ପାଣି ପରିଛା ବର୍ଷକ ମଧ୍ୟରେ ସମିତି ପକ୍ଷରୁ ଗ୍ରହଣ କରା ଯାଇଥିବା ଉନ୍ନତି ମୂଳକ ପଦକ୍ଷେପ,ରାଜ୍ୟ ସରକାରଙ୍କ ସମେତ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କରାଯାଇଥିବା ଦାବୀ ସମ୍ପର୍କରେ ଉଲ୍ଲେଖ କରିଥିଲେ l
ରାଜ୍ୟ ଉପ ସଭାପତି କୁଳମଣି ବାରିକ, ହୀରା ଲାଲ ବେହେରା, ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ବଂଶୀଧର ଭୋଇ, ଜଗନ୍ନାଥ ବାରିକ,ବିଭିନ୍ନ ଜିଲ୍ଲା ସଭାପତି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ କହିଲେ କି ସଚେତନତା ମାଧ୍ୟମରେ ସଠିକ୍ ଜ୍ଞାନ ଆହରଣ କରିବା ଉଚିତ୍ l ପୁଣି ଭୁଲ୍ ଔଷଧ ଗ୍ରହଣ କରି ବିଭିନ୍ନ ରୋଗର ଶିକାର ହେବାରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ l
ମଧୁମେହ ନିବାରଣ ପାଇଁ ଦେଶୀ ଖାଦ୍ୟ ଗ୍ରହଣ କରିବା ଏବଂ ଡାଇବେଟିସ କୁ ନେଇ ଆମ ମନ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଅନେକ ଗବେଷଣା ମୂଳକ ତଥ୍ୟ ପ୍ରଦାନ କରିଥିଲେ l ରାଜ୍ୟ ସଭପତି ହେମନ୍ତ କୁମାର ବାରିକ ନିଜ ଉଦବୋଧନ ରେ ସମାଜକୁ ସଠିକ୍ ଦିଗରେ ସଠିକ୍ ସ୍ତରକୁ ନେକୁ ଆଜି ସମିତି ଅହରହ ଉଦ୍ୟମ କରି ଆସୁଥିବା କହିଥିଲେ l ସ୍ବଜାତି କଳାକାର ଧିରେନ୍ ବାରିକ ଓ ସାଥିଙ୍କ ଦ୍ଵାରା ସୁମଧୁର ସଙ୍ଗୀତ ପରିବେଷଣ କରାଯାଇଥିଲା l ମଞ୍ଚର ସୂକ୍ଷ୍ମ ପରିଚାଳନା ପ୍ରତାପ କିଶୋର ବାରିକ କରିଥିଲେ l ଶେଷରେ ଭୁବନେଶ୍ୱର ମହାନଗର ଶାଖାର ସମ୍ପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ l













