ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜାନକୀବଲ୍ଳଭ ପାଢ଼ୀଙ୍କ ସ୍ମୃତି ଉଦେଶ୍ୟରେ ବୋଲଗଡ଼ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ୨୫ତମ ଜାନକୀ ପାଢ଼ୀ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାରଦିନ ବୋଲଗଡ଼ସ୍ଥିତ
ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଯାପିତ ହୋଇଯାଇଅଛି l ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଓ ସଂମ୍ମାନିତ ଅତିଥିଭାବେ ବୋଲଗଡ଼ ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝୀ ,
ଫେଣ୍ଡସ କ୍ଳବ ସଦସ୍ୟ ଅଶ୍ବିନୀ ପଟ୍ଟନାୟକ ଓ ଆଇନଜୀବ ଵୀରକିଶୋର ଦାସ, ଲଲାଟେନ୍ଦୁ କେଶରୀ ସିଂହ, ମୁନା ପଣ୍ଡା,ବୋଲଗଡ଼ ମହୋତ୍ସବ କମିଟିର କୋଷଧ୍ୟକ୍ଷ ସନାତନ ପାଟଶାଣୀ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l 
ଏହି ଫୁଟୁବଲ ଟୁର୍ଣ୍ଣାମେଣ୍ଟ ପାଇକତିଗିରିଆ ଏ.ଜେ ଫୁଟୁବଲ ଦଳ ସହିତ ଇଟାମାଟି ଯଦୁମଣି ଫୁଟୁବଲ ଦଳ ମଧ୍ୟରେ ଚିତାକର୍ଷକ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଉଭୟ ଖେଳାଳିଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଚିତାକର୍ଷକ ଖେଳ ଦର୍ଶକମାନଙ୍କର ମନମୋହିଥିଲା l
















