ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ ଗତ ଦୁଇ ଦିନ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟନୋତର ନୟାଗଡ ର ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୫-୨୬ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । 
କାର୍ଯ୍ୟକ୍ରମର ଶୁଭାରମ୍ଭରେ ମଶାଲ ପ୍ରଜ୍ବଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନୟାଗଡ଼ ଜିଲ୍ଲାର ଶାଖା ପରିଚାଳକ ଚିନ୍ମୟ ପାତ୍ର ମହୋଦୟ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ମହୋତ୍ସବକୁ ଉଦ୍ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଇଣ୍ଡୋତିବେତିଆନ ବୋର୍ଡର ପୋଲିସ ଫୋର୍ସର୍ ହାବିଲଦାର ପବିତ୍ର ମୋହନ ରାଏ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥଲେ । ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ତାଙ୍କ ଭାଷଣରେ କ୍ରୀଡାର ଗୁରୁତ୍ୱ ଓ ଶିକ୍ଷା ସହ କ୍ରୀଡାର ସମନ୍ୱୟ ଉପରେ ଆଲୋକ ପାତ କରିଥିଲେ । ଏହି ଅବସରରେ ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ମାର୍ବଲ ସ୍ପୁନ୍ ଦୌଡ଼, ସ୍ଲୋ ସାଇକେଲ୍ ରେସ୍ , ରିଲେ ରେସ୍ , କ୍ରିକେଟ, ଫୁଟବଲ, କବାଡି ପରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।















