• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତର ଶକ୍ତି ସିଓପି ଆୟୋଜନ କରିବ ଓଡିଶା : ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଟ ୨୦୨୫ ପାଇଁ ପୁରୀରେ ଏକାଠି ହେବେ ବିଶ୍ୱ ନେତୃବୃନ୍ଦ

Proprietor Abhimanyu Maharana by Proprietor Abhimanyu Maharana
December 5, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Odisha to host India’s Energy COP : Global leaders to meet in Puri for  GELS 2025
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡ଼ିଶା ସରକାରଙ୍କ ଦ୍ୱାରା ୫-୭ ଡିସେମ୍ବର ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମ୍ମିଟ (ଜିଇଏଲଏସ) ୨୦୨୫ ପାଇଁ ପୁରୀରେ ବିଶ୍ୱ ଏବଂ ଜାତୀୟ ଊର୍ଜା ନେତୃବନ୍ଦମାନଙ୍କୁ ଆମନ୍ତ୍ରିତ କରିଛନ୍ତି। ଭାରତର ଦୀର୍ଘକାଳୀନ ଊର୍ଜା ସମ୍ପର୍କିତ ଭବିଷ୍ୟତକୁ ରୂପ ଦେବା ପାଇଁ ଏକ ଗୁଣାତ୍ମକ ଆଲୋଚନାଚକ୍ର ନିମନ୍ତେ ଏକ ପ୍ରଭାବୀ ମଞ୍ଚ ଭାବରେ ଏହି ସମ୍ମିଟକୁ ଡିଜାଇନ୍ କରାଯାଇଛି, ଯାହା ପ୍ରାୟ ୧୫ ଟି ଭାରତୀୟ ରାଜ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କୁ ଏବଂ ୩୦ ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ଊର୍ଜା ବିଶେଷଜ୍ଞଙ୍କୁ ଏକତ୍ରିତ କରିବ।

ଜିଇଏଲଏସ ୨୦୨୫ର ବିଷୟବସ୍ତୁ ହେଉଛି ‘ଭାରତକୁ ଊର୍ଜା ପ୍ରଦାନ: ଯଥେଷ୍ଟ ପରିମାଣ, ସନ୍ତୁଳନ ଏବଂ ନବସୃଜନ’। ଏହା ଭାରତର ଊର୍ଜା ଭବିଷ୍ୟତ ପାଇଁ ଅଗ୍ରାଧିକାରକୁ ପ୍ରତିଫଳିତ କରୁଛି । ‘ଯଥେଷ୍ଟ ପରିମାଣ’ ସମସ୍ତ ନାଗରିକ ଏବଂ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଏବଂ ସୁଲଭ ଊର୍ଜା ଯୋଗାଣକୁ ସୁନିଶ୍ଚିତ କରିବା ସହିତ ଜଡିତ; ‘ସନ୍ତୁଳନ’ ଅର୍ଥନୈତିକ କାର୍ଯ୍ୟକଳାପ ସହିତ ପରିବେଶଗତ ଆବଶ୍ୟକତା ସହିତ ସମନ୍ୱୟ ସୃଷ୍ଟି କରିବା ଏବଂ ‘ନବସୃଜନ’ପ୍ରଯୁକ୍ତିବିଦ୍ୟାଗତ ସଫଳତା, ଆର୍ଥିକ ଉପକରଣ ଏବଂ ନୀତିଗତ ସଂସ୍କାରକୁ ପ୍ରତିଫଳିତ କରୁଛି, ଯାହା ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱ ଊର୍ଜା ପରିଦୃଶ୍ୟର ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।

ଜିଇଏଲଏସ ଏକ ଅନନ୍ୟ ମଞ୍ଚ, ଯାହା ବିଭିନ୍ନ ରାଜ୍ୟକୁ ଊର୍ଜା କ୍ଷେତ୍ରରେ ହାସଲ କରିଥିବା ଅଧ୍ୟୟନଲବ୍ଧ ଜ୍ଞାନକୁ ଜଣାଇବା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ବିଚାର ବିମର୍ଶ କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିବ। ଏହି ଅଧିବେଶନଗୁଡ଼ିକ ଊର୍ଜା ନେତୃବୃନ୍ଦମାନଙ୍କୁ ଊର୍ଜା ସମ୍ପର୍କିତ କାରବାର, ଊର୍ଜାର ସଂରକ୍ଷଣ, ପରମାଣୁ ଊର୍ଜା ଉତ୍ପାଦନ, ତଥ୍ୟ ପ୍ରଦାନ, ଏଆଇ ଗ୍ରୀଡ୍ ସୁରକ୍ଷା ବ୍ୟବହାର ଇତ୍ୟାଦି ବୈଷୟିକ ଏବଂ ଭବିଷ୍ୟତ ବିଷୟ ଉପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିବ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ବିଶ୍ଵବ୍ୟାପୀ ଦ୍ରୁତ ପରିବର୍ତ୍ତନର ଏହି ମୁହୂର୍ତ୍ତରେ ଊର୍ଜା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି ଯେ, ଜିଇଏଲଏସ ୨୦୨୫ ‘ଭାରତର ଊର୍ଜା କ୍ଷେତ୍ର ପାଇଁ ଏକ ସିଓପି’ ଭାବରେ କାର୍ଯ୍ୟ କରିବ ଏବଂ ଏହି ମଞ୍ଚ ରାଜ୍ୟଗୁଡ଼ିକୁ ନିଜର ସଫଳ ମଡେଲଗୁଡ଼ିକର ଆଦାନ ପ୍ରଦାନ, ନବସୃଜନ ଉପରେ ଆଧାରିତ ରଣନୀତି ଗ୍ରହଣ ଏବଂ ସହଯୋଗ ଓ ପ୍ରତିଯୋଗିତାମୂଳକ ସଂଘୀୟତାକୁ ସୁଦୃଢ଼ କରିବାରେ ସହଯୋଗ କରିବ। ଏହା ସହିତ ସେ ‘ସୁରକ୍ଷିତ, ଦୀର୍ଘସ୍ଥାୟୀ ଏବଂ ଭବିଷ୍ୟତ ଉପଯୋଗୀ ଊର୍ଜା ବ୍ୟବସ୍ଥା ନିମନ୍ତେ ଭାରତର ମାର୍ଗକୁ ପ୍ରଶସ୍ତ କରିବା ପାଇଁ ପ୍ରମୁଖ ନେତୃବନ୍ଦଙ୍କୁ ଏକତ୍ରିତ କରୁଥିବା ଏହି ସମାବେଶ ଆୟୋଜନ କରି ଓଡ଼ିଶା ଗର୍ବ ଅନୁଭବ କରୁଛି’ ବୋଲି ପ୍ରକାଶ କରିଛନ୍ତି।

ଏହି ସମାବେଶର ନେତୃତ୍ୱ ନେଉଥିବା ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ଐତିହାସିକ ସମାବେଶ ଆୟୋଜନ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ସେ ଉଲ୍ଲେଖ କରିଛନ୍ତି ଯେ ‘ଭାରତର ଊର୍ଜା ସଂସ୍କାରର ଆଗାମୀ ଦଶନ୍ଧି କେବଳ କ୍ଷମତା ବୃଦ୍ଧି ଦ୍ୱାରା ନୁହେଁ ବରଂ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା, ସମନ୍ୱୟରେ ଉନ୍ନତି ଆଣିବା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଦ୍ୱାରା ପରିଭାଷିତ ହେବ । ୧୯୯୦ ଦଶକରେ ଊର୍ଜା କ୍ଷେତ୍ର ସଂସ୍କାରରେ, ସଂସ୍କାର ଆଣିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଥିଲା; ପ୍ରଥମ ଜିଇଏଲଏସ ୨୦୨୫ ଆୟୋଜନ କରି ରାଜ୍ୟ ଏହି ପରମ୍ପରାକୁ ଜାରି ରଖିଛି’।

ଏହି ସମାବେଶରେ ବିଶ୍ୱ ତଥା ଜାତୀୟ ନେତୃବୃନ୍ଦଙ୍କର ଏକ ସମ୍ମାନନୀୟ ଦଳ ଉପସ୍ଥିତ ରହିବେ, ଯାହା ଊର୍ଜାର ଭବିଷ୍ୟ କାର୍ଯ୍ୟଧାରା ଉପରେ ଆଲୋଚନାରେ ଅତୁଳନୀୟ ଗଭୀରତା ଏବଂ ବିବିଧତା ଆଣିବ । ମୁଖ୍ୟ ବକ୍ତାମାନଙ୍କ ମଧ୍ୟରେ ଭାରତ- ୟୁରୋପୀୟ ସଂଘ ବାଣିଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସ୍ୱିଡେନ ସରକାରଙ୍କ ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶକ ଶ୍ରୀମତୀ ଲେନା ବେକର; ଆନ୍ତର୍ଜାତୀୟ ଅକ୍ଷୟ ଶକ୍ତି ଏଜେନ୍ସି (ଆଇଆରଇଏନଏ)ର ଡେପୁଟି ଡାଇରେକ୍ଟର ଜେନେରାଲ ସୁଶ୍ରୀ ଗୌରୀ ସିଂ, ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜର ବରିଷ୍ଠ ଶକ୍ତି ପରାମର୍ଶଦାତା ଶ୍ରୀ ପିଏରେ ନୋଏଲ, ଟାଟା ପାୱାରର ସିଇଓ ପ୍ରବୀର ସିହ୍ନା, ସେଣ୍ଟର ଫର୍ ଏନର୍ଜି ରେଗୁଲେସନ (ସିଇଆର) ଏବଂ ଏନର୍ଜି ଆନାଲିଟିକ୍ସ ଲ୍ୟାବ୍,

ଆଇଆଇଟି କାନପୁରର ମୁଖ୍ୟ ପ୍ରଫେସର ଅନୁପ ସିଂ, ଆମେରିକାର ଇନଷ୍ଟିଚ୍ୟୁଟ ଫର ଏନର୍ଜି ଇକୋନୋମିକ୍ସ ଆଣ୍ଡ ଫାଇନାନ୍ସିଆଲ ଆନାଲିସିସ (ଆଇଇଇଏଫଏ)ର ଦକ୍ଷିଣ ଏସିଆର ନିର୍ଦ୍ଦେଶକ ସୁଶ୍ରୀ ବିଭୂତି ଗର୍ଗ ଏବଂ ଏନଟିୟୁ ସିଙ୍ଗାପୁରର ଏନର୍ଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଶ୍ରୀନିବାସନ ମାଧବୀ ଉପସ୍ଥିତ ରହିବେ । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ବି.ଭି.ଆର. ସୁବ୍ରମଣ୍ୟମ ମଧ୍ୟ ଜିଇଏଲଏସ ୨୦୨୫ରେ ବିଶିଷ୍ଟ ବ୍ୟକ୍ତି ଭାବରେ ନିଜର ଅଭିଭାଷଣ ପ୍ରଦାନ କରିବେ ଏବଂ ଡିସେମ୍ବର ୭ ରେ ଉଦଯାପନୀ ସମାରୋହର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗ ଦେବେ । ସେମାନଙ୍କ ସହିତ କ୍ଷେତ୍ରୀୟ ବିଶେଷଜ୍ଞମାନଙ୍କର ଏକ ପ୍ରତିଷ୍ଠିତ ଦଳରେ ଆଭାଡା ଗ୍ରୁପର ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ବ୍ୟବସାୟର ସଭାପତି ତଥା ମୁଖ୍ୟ ଶ୍ରୀ ପ୍ରଶାନ୍ତ ଚୌବେ,

ମେଟ୍ରିକ୍ସଲେଡ୍ (ୟୁକେ) ର ଚେୟାରମ୍ୟାନ୍ ଶ୍ରୀ ୱିଲିୟମ୍ ମୋରିସନ୍, ବ୍ରିଟେନର ଡେପୁଟି ହାଇ କମିଶନ ଡ. ଆଣ୍ଡ୍ରିୟୁ ଫ୍ଲେମିଂ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ପରାମର୍ଶଦାତା ଡ. ଧ୍ରୁବ ପୁରକାୟସ୍ଥ, ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଏମିରିଟସ୍ ପ୍ରଫେସର ରଘୁ ମୁର୍ତୁଗୁଡେ, ଭାରତୀୟ ଆଣବିକ ଶକ୍ତି ନିଗମର ପ୍ରମୁଖ ବୈଜ୍ଞାନିକ ଶ୍ରୀ ସୁରେନ୍ଦ୍ର ଯୋଶୀ, ବରିଷ୍ଠ ଆଇନଜୀବୀ ସଞ୍ଜୟ ସେନ୍; ଆଇଆଇଟି ଭୁବନେଶ୍ୱରର ପ୍ରଫେସର ସୁବ୍ରାଂଶୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିବେ । ସେମାନଙ୍କର ସାମୂହିକ ପାରଦର୍ଶିତା ଭାରତର ଶକ୍ତି ପରିବର୍ତ୍ତନକୁ ରୂପ ଦେଉଥିବା ସମସାମୟିକ ଏବଂ ସୀମାନ୍ତ ପ୍ରସଙ୍ଗ ଉପରେ ଉଚ୍ଚସ୍ତରୀୟ ଦୃଷ୍ଟିକୋଣ ପ୍ରଦାନ କରିବ। ସାରା ଦେଶରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବରିଷ୍ଠ ନେତୃବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ସହିତ କେନ୍ଦ୍ର ଓ ରାଜ୍ୟ ସରକାର ଜିଇଏଲଏସ ୨୦୨୫କୁ ଦୃଢ଼ ସମର୍ଥନ ପ୍ରଦାନ କରିଛନ୍ତି ।

ଏହି ସମାବେଶରେ ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ଶକ୍ତି ଏବଂ ନବୀନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । ଅଂଶଗ୍ରହଣକାରୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭାରତ ସରକାରଙ୍କ ନବୀନ ଓ ନବୀକରଣୀୟ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ଶକ୍ତି ଓ ନବୀନ ଓ ନବୀକରଣୀୟ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖବିନ୍ଦର ସିଂ ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ, ଦିଲ୍ଲୀ ଏନସିଟି ସରକାରଙ୍କ ଶକ୍ତି ମନ୍ତ୍ରୀ ଶ୍ରୀ ଆଶିଷ ସୁଦ, ମିଜୋରାମର ଶକ୍ତି ଓ ବିଦ୍ୟୁତ ବିଭାଗ ମନ୍ତ୍ରୀ ଶ୍ରୀ ଏଫ. ରୋଡିଙ୍ଗଲିଆନା, ରାଜସ୍ଥାନର ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ହୀରାଲାଲ ନାଗର,

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲ ଏଵଂ ଭାରତ ସରକାରଙ୍କ ନବୀନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହିବେ । ଏହି ସମାବେଶକୁ ଡିସେମ୍ବର ୬ ତାରିଖରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଉଦଘାଟନ କରିବେ । ରାଜସ୍ଥାନ, ମିଜୋରାମ, ବିହାର, ଦିଲ୍ଲୀ, କେରଳ, ମଧ୍ୟପ୍ରଦେଶ ଏବଂ ଆସାମ ସମେତ ବିଭିନ୍ନ ରାଜ୍ୟର ଊର୍ଜା ଏବଂ ଶକ୍ତି ସଚିବ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।

ଭାରତର ସ୍ବଚ୍ଛ ଊର୍ଜା ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଦେଶବ୍ୟାପୀ ପ୍ରତିବଦ୍ଧତାକୁ ଏହି ମଞ୍ଚ ରେ ପ୍ରାଧାନ୍ୟ ଦିଆଯିବ । ଜିଇଏଲଏସ ୨୦୨୫ର ପ୍ରତିନିଧିମାନେ ଡିସେମ୍ବର ୫ରେ କୋଣାର୍କ ମହୋତ୍ସବ ପରିଦର୍ଶନ କରିବା ସହିତ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତି ସମ୍ପର୍କରେ ଅଭିଜ୍ଞତା ହାସଲ କରିବେ । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କାନପୁର (ଆଇଆଇଟିକେ) ସହଭାଗୀତାରେ ଆୟୋଜିତ, ଜିଇଏଲଏସ ୨୦୨୫ ସଫଳତା ହାସଲ କରିଥିବା ବିଶ୍ୱ ମଡେଲଗୁଡ଼ିକର ପ୍ରଦର୍ଶନ କରିବ,

ଯେଉଁଠାରେ ସମାନ ମଞ୍ଚଗୁଡ଼ିକ ଲାଟିନ୍ ଆମେରିକାର ଶିକ୍ଷା ମନ୍ତ୍ରୀମାନଙ୍କୁ ଏବଂ ଆଫ୍ରିକାର ଶକ୍ତି ମନ୍ତ୍ରୀମାନଙ୍କୁ ଗୋଷ୍ଠୀ ସହଭାଗିତା ଭଳି ଆଞ୍ଚଳିକ ଏବଂ ଜାତୀୟ ସମାବେଶକୁ ସହାୟତା ପ୍ରଦାନ କରିଛି । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ବରିଷ୍ଠ ଊର୍ଜା ପରାମର୍ଶଦାତା ଶ୍ରୀ ପିଏରେ ନୋଏଲ ଏହି ସମାବେଶ ଆୟୋଜନ କରିବା ପାଇଁ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ ଏବଂ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡକ୍ଟର ଦେବୀ ଦୁତ୍ତ ତ୍ରିପାଠୀ ମଧ୍ୟ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିବେ ।

୨୦୭୦ ସୁଦ୍ଧା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେଟ୍ ଶୂନ୍ୟ ଲକ୍ଷ୍ୟ ହାସଲ କରିବାର ଦୃଷ୍ଟିକୋଣ ସହିତ ସମନ୍ୱିତ, ଜିଇଏଲଏସ ୨୦୨୫ ରାଜ୍ୟ ଏବଂ ଜାତୀୟ ପ୍ରତିଷ୍ଠାନ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ଏବଂ ସହଯୋଗ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି । ଏହି ସମାବେଶ ଭାରତର ଦୀର୍ଘକାଳୀନ ଊର୍ଜା ରୋଡମ୍ୟାପ୍ ଗଠନ କରିବାରେ ଏବଂ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଏବଂ ଯଥାର୍ଥ ଊର୍ଜା ପ୍ରତି ବିଶ୍ୱ ପରିବର୍ତ୍ତନରେ ଦେଶର ନେତୃତ୍ୱକୁ ତ୍ଵରାନିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 27, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 27, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 27, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version