ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଗୁମ୍ମା ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଆଜିର ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗର ପ୍ରଦର୍ଶନୀ ସହିତ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ସଫଳ ମତ୍ସ୍ୟ ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।















