ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀଲେଦର୍ସ ଭୁବନେଶ୍ୱରରେ ତାହାର ଦ୍ୱାର ୧୯୯୬ ଜୁଲାଇ ୩ ତାରିଖରେ ଉନ୍ମୁକ୍ତ କରିଥିଲା । ଏହି ୨୨୦୦ ବର୍ଗଫୁଟ ଏବେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏହି ଷ୍ଟୋର୍ର ଅଭିବୃଦ୍ଧି ଯାତ୍ରା ଅତି ବିନମ୍ରତାର ସହିତ ହୋଇଆସିଛି । ଆମ ଗ୍ରାହକମାନଙ୍କର ନିରନ୍ତର ପୃଷ୍ଠପୋଷକତା ଆମକୁ ଏହି ଷ୍ଟୋର ସମ୍ପ୍ରସାରିତ କରିବାକୁ ବାଧ୍ୟ କରିଛି ଯଦ୍ଦ୍ୱାରା ଆମେ ଅଧିକ କିସମ ଏବଂ ଡିଜାଇନ ଯୋଗାଇଦେଇ ସେମାନଙ୍କର ଆବଶ୍ୟକତା ପୂରଣ କରିପାରିବୁ ।

ସମ୍ପ୍ରତି ତଳମହଲାରେ ମହିଳା, ଶିଶୁଙ୍କ ଫୁଟ୍ୱିୟର ଏବଂ ଆସେସୋରିଜ୍, ପ୍ରଥମ ମହଲାରେ ପୁରୁଷଙ୍କ ଫୁଟ୍ୱିୟର ଓ ଆସେସୋରିଜ ଏବଂ ଦ୍ୱିତୀୟ ମହଲାରେ ଫୁଟ୍ୱିୟର ଏବଂ ଆସେସୋରିଜ୍ ଗୁଡିକର ପ୍ରିମିୟମ କଲେକ୍ସନ ରହିଛ । ଏସ୍କାଲେଜଟର ସ୍ଥାପନ ଦ୍ୱାରା ତାହା ଗ୍ରାହକଙ୍କୁ ଅଧିକ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଆମେ ଜାଣୁ ଯେ ସମଗ୍ର ଓଡ଼ିଶାରୁ ଆମର ଗ୍ରାହକମାନେ ଆସୁଛନ୍ତି ଏବଂ ଆମେ ସେମାନଙ୍କୁ ଆମର ସର୍ବୋତ୍ତମ ସାମର୍ଥ୍ୟ ସହିତ ସେବା ଯୋଗାଇଦେବାକୁ ରହିଛୁ ।















