ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଦିନକୁ ଦିନ ଜଙ୍ଗଲରେ ଦେଖା ଦେଲାଣି ଖାଦ୍ୟ ଅଭାବ। ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲ ଛାଡି ଖାଦ୍ୟ ଲୋଭରେ ଜଙ୍ଗଲୀ ଜନ୍ତୁ ହେଉଛନ୍ତି ଗାଁ ମୁହାଁ । ଫଳରେ ଅନେକାଂଶ ରେ ନଷ୍ଟ ହେଉଅଛି ଧନ ଜୀବନ, ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିକିଛି । ଜଙ୍ଗଲ ଛାଡି ଦିନ ଦ୍ବିପ୍ରହର ରେ ଗୋଟିଏ ଗୋଠ ଛଡା ଦନ୍ତା ନୟାଗଡ଼ ଜିଲ୍ଲା ଚାନ୍ଦପୁର ସହର ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

ଦନ୍ତା କୁ ଦେଖି ଲୋକେ ହୋହାଲ୍ଲା କରିବାରୁ ଶନି ମନ୍ଦିର ନିକଟ ଜଙ୍ଗଲ ରେ ଲୁଚି ରହିଛି ଦନ୍ତା।ଶନି ମନ୍ଦିର ନିକଟରେ ଦନ୍ତା ହାତୀ କୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଂଚି DRON ସହାୟତା ରେ ହାତୀ ର ଗତି ଵିଧି ଉପରେ ରଖିଛି ନଜର, ଦନ୍ତା ଗୋଠ ଛଡା ହୋଇ ବୁଲୁଥିବାରୁ କୌଣସି ଅଘଟନ ଆଶଙ୍କାରେ ଶନି ମନ୍ଦିର,ଓଭର ବ୍ରିଜ ସହ ଗ୍ରୀଡ଼ ନିକଟକୁ ଲୋକଙ୍କୁ ଯିବାକୁ ବାରଣ କରିଛି ବନ ବିଭାଗ । ଚାନ୍ଦପୁର କନ୍ଧ ନୟାଗଡ଼ ଶନି ମନ୍ଦିର ଅଂଚଳ ରେ ଜନ ସାଧାରଣ ଙ୍କର ବହୂ ମାତ୍ରା ରେ ଚଳ ପ୍ରଚଳ ଥିବାରୁ ଲୋକେ ସତର୍କ ରହିବାକୁ ନିବେଦନ କରିଛି ବନ ବିଭାଗ ।














