No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ସଫେଇ କରିବା ଆଳରେ 3 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇ ଥିବା ସୂଚନା ମିଳିଛି l ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମରେ । ଦୁର୍ବୃତ୍ତ ଜଣକ ଗୁରାଣ୍ଡି ଗ୍ରାମର ପି.ଧନଲକ୍ଷ୍ମୀଙ୍କ ଘରକୁ ଯାଇ ସୁନା ଓ ରୂପା ସଫା କରିବାକୁ କହିଥିଲା I ଧନଲକ୍ଷ୍ମୀ ପ୍ରଥମେ ରୁପା ପାଉଁଜି ସଫା କରିବାକୁ ଦେଇଥିଲେ । ଦୁର୍ବୃତ୍ତ ଜଣକ ବିଶ୍ଵାସ ଜନ୍ମାଇବା ଆଳରେ ରୁପା ପାଉଁଜିଟିକୁ ସଫା କରି ଦେଖାଇଥିଲା । ପରେ ଧନଲକ୍ଷ୍ମୀ ନିଜ ବେକରେ ପିନ୍ଧିଥିବା ସାଢ଼େ ଦୁଇ ତୋଳା ଓଜନର ସୁନା ଅଳଙ୍କାରକୁ ସଫା କରିବାକୁ ଦେଇଥିଲେ ।
ଦୁର୍ବୃତ୍ତ ଜଣକ ସୁନା ଚେନକୁ ନିଜ ପାଖରେ ରଖିଥିବା ଏକ ଗେରୁ ମାଟି ଜରି ପକେଟରେ ପକାଇ ଦେଇଥିଲା । ୧୫ ମିନିଟ ପରେ ଏହି ପକେଟ୍ରୁ ଚେନ ବାହାର କର ସୁନା ସଫା ହୋଇ ଚକ୍କ୍ଚକ୍ ଦେଖାଦେବ କହି ଘଟଣାସ୍ଥଳରୁ ଧରି ଆସିଥିବା ବାଇକ୍ରେ ଚମ୍ପଟ ମାରିଥିଲା । ୧୫ ମିନିଟ ପରେ ଧନଲକ୍ଷ୍ମୀ ଦୁର୍ବୃତ୍ତ ଦେଇଥିବା ପକେଟ୍ରୁ ନିଜ ସୁନା ଚେନ୍କୁ ବାହାର କରି ଦେଖିବା ବେଳେକୁ ତାହା ନକଲି ଚେନ୍ ଥିଲା ।
ଏପରି ଦେଖ୍ ଧନଲକ୍ଷ୍ମୀଙ୍କ ମୁଣ୍ଡ କାମ କରି ନ ଥିଲା I ତୁରନ୍ତ ନିକଟରେ ଥିବା ଗୁରାଣ୍ଡି ଥାନାକୁ ଯାଇ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ସଦଳବଳ ଖୋଜାଖୋଜି କରିଥିଲେ ମଧ୍ୟ ଦୁର୍ବୃତ୍ତ ଜଣକର ପତ୍ତା ପାଇନଥିଲେ । ଦୁର୍ବୃତ୍ତ ଜଣକ ଏକ ଲାଲ ରଙ୍ଗର ପଲସର ବାଇକରେ ଆସିଥିଲେ l ସେ ମଧ୍ୟ ଏକ ଲାଲ ରଙ୍ଗର ସାର୍ଟ ପରିଧାନ କରିଥିଲେ ବୋଲି ଧନଲକ୍ଷ୍ମୀ କହିଛନ୍ତି। ପୋଲିସ ଘଟଣା ନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l

No Result
View All Result