ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଚୋରା ଗଞ୍ଜେଇ ଚାଲାଣରେ ଏବେ ଅପରାଧୀଙ୍କ ନୂଆ ଚାଲ୍। ପୁଲିସ ଓ ଅବକାରୀ ବିଭାଗର ନଜର ଏଡ଼ାଇବାକୁ ଆମ୍ବୁଲାନ୍ସକୁ ହିଁ କରାଯାଇଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ। ହେଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ର ତୀକ୍ଷ୍ଣ ନଜରରୁ ଖସିପାରିଲେ ନାହିଁ ଚାଲାଣକାରୀ। ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍ ଓ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।
















