ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଚାଷୀଙ୍କ ଅମଳ ଫସଲକୁ ସୁରକ୍ଷିତ ରଖି ଉଚିତ ମୂଲ୍ୟ ଦେବାର ଲକ୍ଷ୍ୟ ନେଇ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଜରାଜୀର୍ଣ୍ଣ। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସରକାରୀ ଭିତ୍ତିଭୂମି ବର୍ଷବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ମୂଲ୍ୟବାନ ଯନ୍ତ୍ରାଂଶ ପଡ଼ିପଡ଼ି ନଷ୍ଟ ହେଉଥିବା ବେଳେ ଚାଷୀଙ୍କ ଫସଲ ସଂରକ୍ଷଣର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହେବାକୁ ବସିଛି। ବାଲିଗୁଡ଼ା ତଥା ଏହାର ଆଖ ପାଖ ଅଞ୍ଚଳ ପନିପରିବା, ଅଦା, ହଳଦୀ ସମେତ ବିଭିନ୍ନ ଉଦ୍ୟାନଭିତ୍ତିକ ଫସଲ ଉତ୍ପାଦନର ଏକ ପ୍ରମୁଖ ଅଞ୍ଚଳ।
















