ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ। ଆବାସଠାରୁ ଆରମ୍ଭ କରି ଭିନ୍ନକ୍ଷମ ଭତ୍ତା, ଖାଦ୍ୟ ସୁରକ୍ଷା ଓ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଦିଆଯାଉଛି । ହେଲେ ଯୋଜନା ଥିଲେ ବି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚୁନଥିବାର ଏକ ଅଭିଯୋଗ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ଗାଁରେ ଦେଖିବାକୁ ମିଳିଛି । ଉକ୍ତ ଗାଁର କବିଚନ୍ଦ୍ର ସାହୁ ଓରଫ କବିରାଜ ଦିନେ ଛୋଟ ଦୋକାନ କରି ପରିବାର ଚଳାଉଥିଲେ । ହଠାତ୍ ତଳେ ପଡ଼ି ଅଣ୍ଟାରେ ଆଘାତ ଲାଗିବା ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ ।
















