ଆହତମାନେ ହେଲେ ଗୁଲୁବା ପଂଚାୟତ ନିକଟସ୍ଥ ଗାଲିମେରା ଗାଁର ସାରା ମାଝୀ ବୟସ 50 ରଜନୀ ମାଝୀ ବୟସ -22 ଓ ମୋହନି ରଇତ ବୟସ-22 l ଏଥିସହ କୁକୁରଟି ଦୁଇଟି ଗାଈକୁ ମଧ୍ଯ କାମୁଡି ଦେଇଛି l
ସାନ୍ଧ୍ୟ ସମୟରେ ଗାଁ ଦାଣ୍ଡରେ ମହିଳାମାନେ ଛିଡ଼ା ହୋଇଥିବା ବେଳେ ହଠାତ୍ କୁକୁରଟି ଆସି ଗୋଡେଇ ଗୋଡେଇ ମହିଳାମାନଙ୍କୁ କାମୁଡ଼ି ଦେଇଥିଲା l ଗୁରୁତର ଅବସ୍ଥାରେ ପରିବାର ଲୋକେ ସେମାନଙ୍କୁ ଅଡବା ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି l ମହିଳାମାନେ ବର୍ତ୍ତମାନ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l

© 2023 Odisha Taza News.