ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) କୁଦିଆରୀ :- ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଗ୍ରାମରେ ମହାପ୍ରଭୁ ଶ୍ରୀ ଦଧୀ ବାମନଙ୍କ ଘୋଷଯାତ୍ରା ବେଶ ଧୂମ ଧାମରେ ଅନୁଷ୍ଠିତ ହୋଇଯାଇଛି l ଠାକୁର ରାଜା ରମାକାନ୍ତ ଦାସ ଛେରାପହଁରା କରି ଯାତ୍ରା ଆରମ୍ଭ କରିଥିଲେ l ଅପରାହ୍ନ ଚାରିଟାରେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ସାତଟାରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା l

ଦଧିବାମନଙ୍କ ପ୍ରତିଷ୍ଠା ସମ୍ପର୍କରେ ବରିଷ୍ଠ ଗବେଷକ ବିଜୟ କୁମାର ରାଜା ଓ଼ ମନୋରଞ୍ଜନ ପଣ୍ଡା କହନ୍ତି ଯେତେବେଳେ ପୁରୀ ଗଜପତି ମହାରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ମୋଗଲ ସୁବେଦାର୍ ତକି ଖାଁ ଠାରୁ ପରାସ୍ତ ହୋଇ ରଥିପୂର୍ ଗଡ କାରାଗାର ରେ ବନ୍ଦୀ ଅବସ୍ଥାରେ ଥିଲେ ସେତେବେଳେ ତକୀ ଖାଁ ର ଏକ ମାତ୍ର କନ୍ୟା ରେଜିୟା ରାମଚନ୍ଦ୍ର ଦେବଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଭଲ ପାଇବସିଲେ ଓ଼ ବିବାହ ପାଇଁ ଜିଦ କଲେl

ଝିଅର ଜିଦ ଆଗରେ ତକି ଖାଁ ଗଜପତିଙ୍କ ସହିତ ସର୍ତ୍ତ ରଖୀ କହିଲେ ଯେ, ଯଦି ମୋ ଝିଅକୁ ବିବାହ କରିବୁ ତେବେ ମୁକ୍ତ ହେବୁ l ନଚେତ୍ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରି ଶ୍ରୀ ବିଗ୍ରହକୁ ନଷ୍ଟ କରିଦେବି । ଆମ ମହାପ୍ରଭୁଙ୍କ ଟେକ ଓ ଜାତି ଗର୍ବକୁ ବଞ୍ଚାଇବାକୁ ଯାଇ ଗଜପତି ବିବାହ କରିବାକୁ ବାଧ୍ୟ୍ୟ ହୋଇଥିଲେ l ଜବନ କନ୍ୟାଙ୍କୁ ବିବାହ କରିଥିବାରୁ ତାଙ୍କୁ ଶ୍ରୀକ୍ଷେତ୍ର ବାସନ୍ଦ କରାଗଲା l

ଉଭୟ ଗଜପତି ଓ଼ ରାଣୀ ରେଜିୟା ଥିଲେ ଜଗନ୍ନାଥଙ୍କ ପରମ ଭକ୍ତ, ପ୍ରତ୍ୟକ ଦିନ ରାଣୀ ରେଜିୟା କୁଦିଆରୀ ଠାରେ ଅବସ୍ଥିତ ମାଜଣା ପୁଷ୍କରିଣୀକୁ ଜଳକ୍ରୀଡା ନିମନ୍ତେ ଯାଆନ୍ତି l ଠାକୁର ଦର୍ଶନ ଅଭିଳାଷ ପୂରଣ କରିବାକୁ ଫେରିବା ବାଟରେ ସାକ୍ଷାତ ଚତୁର୍ଦ୍ଧାମୂର୍ତ୍ତି ଦଧିବାମନଙ୍କୁ ପ୍ରତିଷ୍ଠା କରାଗଲାlଏବଂ ଉଭୟ ରାଜା ରାଣୀ ଦଧିବାମନଙ୍କୁ ଦର୍ଶନ କରି ଜଳ ସ୍ପର୍ଶ କରନ୍ତି l















