ଚ଼ିଲିକାର (ଓଡ଼ିଶା ତାଜା ନ୍ୟୁଜ୍) :- ଯେତେବେଳେ କଳାପାହାଡ଼ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲା,ସେହି ସମୟରେ ମହାପ୍ରଭୁଙ୍କୁ ଚ଼ିଲିକାର ଏକ ଟାପୁରେ ପ୍ରାୟ ୪ ମାସ ରଖାଯାଇଥିଲା ଏବଂ ପ୍ରଭୁଙ୍କୁ କାଙ୍କଣ ଫଳ ଭୋଗ ଲାଗି କରାଯାଇ ପୂଜା କରାଯାଉଥିଲା । ଆଜି ସେହି କାଙ୍କଣ ଶିଖରି ରେ ରଥ ଯାତ୍ରା ।
ନାଚୁଣୀ ଥାନା ଅନ୍ତର୍ଗତ ନଇରି ଗ୍ରାମରେ ଅବସ୍ଥିତ କାଙ୍କଣ ଶିଖରି ଟାପୁ । ଏଠାରେ ଦୁଇଟି ଡଙ୍ଗା କୁ ଯୋଡ଼ା ଯାଇ ରଥ ପ୍ରସ୍ତୁତ ହୁଏ । ସେହି ରଥରେ ତିନି ଠାକୁରଙ୍କୁ ଅବସ୍ଥାନ କରାଯାଇ ଟାପୁ ଚାରି ପଟେ ଚିଲିକା ଜଳରେ ପରିକ୍ରମା କରାଯାଏ। ଏହି ରଥଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ l

© 2023 Odisha Taza News.