No Result
View All Result
୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୂଆଗାଁ ବ୍ଲକ୍ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ ନୂତନ ପେନସନ ଭୂକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ କର୍ମକର୍ତ୍ତା ମାନେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।ଉକ୍ତ ଆଲୋଚନା ସମୟରେ ଉପ ସଭାପତି ରଶ୍ମିତା ପ୍ରଧାନ ,
ସମ୍ପାଦକ ସିଦ୍ଧାର୍ଥ ରତ୍ନ ,ସହ ସମ୍ପାଦକ ଅନୁପମା ସାହୁ ,ଅଡିଟର ପ୍ରବିର କୁମାର ଦାଶ ,ମିଡିଆ ସଂଯୋଜକ କୈଳାସ ଚନ୍ଦ୍ର ନାଏକ ,ଜିଲ୍ଲା ପ୍ରତିନିଧି ଗତିକୃଷ୍ଣ ପ୍ରଧାନ, ଉପଦେଷ୍ଟା ରାଜେଶ କୁମାର ଘଡେଇ ଓ ମାଳିସାହି ସର୍କଲ ସମ୍ପାଦକ ବନମାଳୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ପ୍ରାୟ ଏକ ଘଣ୍ଟା ଆଲୋଚନା କରାଯିବା ପରେ ଆଲୋଚନା ପରେ ସମସ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ବି ଇ ଓ କହିଛନ୍ତି ।

No Result
View All Result