୦୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ନୟାଗଡ଼ ବ୍ଲକର ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ନାଟୁଗାଁ ଅଙ୍ଗନୱାଡି କେନ୍ଦ୍ରରେ ସ୍ଵାସ୍ଥ୍ୟ ବିଭାଗ ଓ ସାମାଜିକ ସଂଗଠନ ସେଣ୍ଟର ଫର ଆସୋସିଏଟେଡ ପ୍ରୋଗ୍ରେସ ସହଯୋଗରେ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ଯକ୍ଷ୍ମା ରୋଗର କରଣ ଓ ନିରାକରଣ ସମ୍ପକରେ ପରାମର୍ଶ ଦେବା ସହ ରୋଗୀ ନିୟମିତ ଔଷଧ ସେବନ କରିବାକୁ କହିଥିଲେ ।

ଅନ୍ୟତମ ଅତିଥି କ୍ୟାପ ଅନୁଷ୍ଠାନର ପ୍ରତିନିଧି ଶ୍ରୀ ଟୁନା ମହାରଣା ରୋଗକୁ ଦୂରେଇ ଦେବା ପାଇଁ ତୃଣମୂଳ ସ୍ତରରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ, ତାହେଲେ ଯାଇ ଆମେ ଯକ୍ଷ୍ମା ଗ୍ରାମ ଅଥବା ପଞ୍ଚୟତ ପାଇଁ ଚେଷ୍ଟା କରୁଛେ ବୋଲି ଜଣାଯିବ ବୋଲି ବୁଝାଇଥିଲେ । ଅନ୍ୟତମ ଅତିଥି ଦିଲୀପ କୁମାର ପ୍ରଧାନ ଯୋଗଦେଇ ସମସ୍ତ ଟିବି ରୋଗୀଙ୍କ ପାଇଁ ବିନାମୂଲ୍ୟରେ ନିଦାନ,















