No Result
View All Result
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମା ସନ୍ତୋଷୀ ଦେବୀଙ୍କ ଏକ ଦିବାସୀୟ ୩ୟ ବାର୍ଷିକ କୁମ୍ଭବୁଡ଼l ଉତ୍ସବ ବସନ୍ତ ନୟାକଙ୍କ ତତ୍ୱାବଧାନରେ ଆଜି ଧୂମାଧମରେ ଅନୁଷ୍ଠିତ ହୋଉଯାଇଛି ! ଏହି ବାର୍ଷିକ ଉତ୍ସବରେ ଗୋପୀନାଥପୁର ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମା ମାନେ ନୂତନ ବସ୍ତ୍ର ପରିଧାନ କରି ନିର୍ଜଳ ଉପବାସ ରହି କୁମ୍ଭବୁଡ଼ କଳସ ଯାତ୍ରାରେ ଯୋଗଦେଇଥିଲେ !
ମା “ସନ୍ତୋଷୀ ଦେବୀଙ୍କ ମନ୍ଦିରଠାରୁ ବାଜା, ରୋଶଣି ଓ ଶୋଭାଯାତ୍ରାରେ କରି ଗ୍ରାମ ପରିକ୍ରମା କରାଯାଇ ସାନ କୁମ୍ଭାରୀସ୍ଥିତ ହଡ଼ା ନଦୀରେ କୁମ୍ଭବୁଡ ପକାଇ ପୂଜାଅର୍ଚନା କରାଯାଇ କଳସରେ ସୁଦ୍ଧ ଜଳ ଆଣି ମା ସନ୍ତୋଷୀ ଦେବୀଙ୍କ ପୀଠରେ ସ୍ଥାପନ କରିଥିଲେ !
ଏହି ମା” ସନ୍ତୋଷୀ ଦେବୀଙ୍କ ତୃତୀୟ ବାର୍ଷିକ କୁମ୍ଭବୁଡ଼ା ହୋମ ଉତ୍ସବକୁ ପଣ୍ଡିତ ନୀଳାଦ୍ରି ପଣ୍ଡା ପରିଚାଳନା କରିଥିଲେ ! ରାତି ୯ଟାରେ ସମସ୍ତ ବ୍ରତଧାରୀ ମହିଳାମାନେ ନିକଟସ୍ଥ ନେଳିଆ ପୋଖରୀରେ କଳସ ବିସର୍ଜନ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଓ ରୟାଲ କ୍ଳବ ପିଲାମାନେ ସହଯୋଗ କରି ପରିଚାଳନା କରିଥିଲେ !

No Result
View All Result