୦୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ଦଶପଲ୍ଲା ଥାନା ଅଞ୍ଚଳରୁନିଖୋଜ ଥିବା ଦୁଇ ନାବାଳିକା ଥାନାରେ ହାଜର୍ ହୋଇଛନ୍ତି । ଗତ କିଛିଦିନ ଧରି ଦୁଇ ନା ବାଳିକା ନିଖୋଜ ଥିବା ବେଳେ ଉଭୟ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଗତକାଲି ଅଭିଯୋଗ ପରେ , ଉଭୟ ନାବାଳିକା ନିଜେ ଆସି ଥାନାରେ ହାଜର ହୋଇଥିବା ପୁଲିସ କହିଛି। ଉଭୟଙ୍କ ବୟାନ ରେକର୍ଡ଼ କରାଯିବା ସହ ଡାକ୍ତରୀ ମାଇନା କରାଯାଇଛି ।















