୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟଖଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଆୟୋଜନ କ୍ରମେ , କୁଷ୍ଠରୋଗ ଓ ବାତଜ୍ବର ର କାରଣ ଓ ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଦଶପଲ୍ଲା ଅଞ୍ଚଳରେ ଥିବା ପ୍ରାୟ ୨୦ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ବନମାଳି ପ୍ରଧାନ, ଦଶପଲ୍ଲା ହସ୍ପିଟାଲ ମୁଖ୍ୟ ଡା. ସନ୍ଦୀପ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର କବି, ମଧୁସ୍ମିତା ସାହୁ, ଆନନ୍ଦ କୁମାର ପଟେଲ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଏ ବିଷୟରେ ଅବଗତ କରାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହାସହ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ନେଇ କଲେଜ ପରିସରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅଧ୍ୟକ୍ଷା ଡ. ପୂର୍ଣ୍ଣିମାସୀ ଦେବୀ, ଡିଗ୍ରି କଲେଜ ଅଧ୍ୟକ୍ଷା ଦୁର୍ଗାବତୀ ଆଚାର୍ଯ୍ୟ ଏବଂ ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମଧ୍ୟଖଣ୍ଡ ସିଏଚ୍ସି ସୁପରଭାଇଜର ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।













