No Result
View All Result
୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାଜସୁନାଖଳା :- ଦେଶ ତମାମ ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଠାନଗୁଡ଼ିକ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୭ତମ ଶହୀଦ ଦିବସ ପାଳନ କରୁଥିବା ବେଳେ ସିପିଆଇ (ଏମ) ତରଫରୁ ରାଜ ସୁନାଖଳା ଠାରେ ଗୁରୁବାର ଦିନ ସାମ୍ପ୍ରଦାୟିକ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ସବ୍ୟସାଚୀ ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଦ୍ଭାବନା ସଭାରେ ବକ୍ତାମାନେ ଗାନ୍ଧିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲା ବେଳେ ଗାନ୍ଧିଜୀ ସତ୍ୟ ଓ ଅହିଂସାର ପୂଜାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ।
ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଓ ସୁବାସ ବୋଷଙ୍କ ଚରମପନ୍ଥୀ ଆନ୍ଦୋଳନ ନିକଟରେ ବ୍ରିଟିଶ ସାମ୍ରାଜ୍ୟବାଦ ହାର ମାନି ଆମ ଦେଶ ମାତୃକାକୁ ମୁକ୍ତି ଦେଇଯାଇଥିଲେ । କିନ୍ତୁ ଗାନ୍ଧିଜୀଙ୍କ ସୁନାର ଭାରତ ଗଠନ ଲକ୍ଷ ଆଜି ସ୍ବପ୍ନରେ ପରିଣତ ହୋଇଛି। ଦେଶର ଆର୍ଥିକ ଦୁର୍ଗତି , ଜନ ସ୍ୱାର୍ଥ ବିରୋଧି ନୀତି ସହ ଧର୍ମ ନାମରେ ରାଜନୀତି ଆଜି ହିଂସ୍ର ଅବସ୍ଥା ସୃଷ୍ଟି କରିଛି। ତତକାଳୀନ ସ୍ଵାଧୀନତା ଆନ୍ଦୋଳନକୁ ବିରୋଧ କରିଥିବା ଆର ଏସ ଏସ ଦ୍ଵାରା ପରିଚାଳିତ ତଥା ଗାନ୍ଧି ହତ୍ୟାକାରୀ ନାଥୁରାମ ଗଡସେଙ୍କ ଦାୟାଦ ବିଜେପି ଦଳ ଆଜି ଧର୍ମ ନାମରେ କ୍ଷମତା ଦଖଲ କରି ସାମ୍ପ୍ରଦାୟିକ ବିଦ୍ୱେଷ ସ୍ରୁଷ୍ଟି କରି ଭାଇଚାରା ଓ ଏକତାକୁ ବିଚ୍ଛିନ୍ନ କରୁଛି।
ଫଳରେ ଧର୍ମ ନିରପେକ୍ଷ,ଗଣତନ୍ତ୍ର ସହ ସ୍ଵାଧୀନତା ଆଜି ବିପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କ ପରିକଳ୍ପନାର ସୁନାର ଭାରତ , ଏକତା ଓ ସଂହତିର ଭାରତ ବର୍ଷ ଗଠନ କରିବା ପାଇଁ ବିଜେପି ଭଳି ଅଶୁଭ ଶକ୍ତିଠାରୁ ଦେଶର ଶାସନ ବ୍ୟବସ୍ଥାର ମୁକ୍ତି ପାଇଁ କାର୍ଯ୍ୟ କରିବା ଓ ସାମ୍ପ୍ରଦାୟିକ ସଦଭାବ ର ସୁରକ୍ଷା ପାଇଁ କାର୍ଯ୍ୟ କଲେ ହିଁ ଗାନ୍ଧିଜୀଙ୍କ ପାଇଁ ଶ୍ରେଷ୍ଠ ସାନମାନ ହେବ ବୋଲି ବକ୍ତା ମାନେ ଆହ୍ଵାନ ଦେଇଥିଲେ । ଏହି ଅବସରରେ ପାର୍ଟିର ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ଶ୍ରମିକ ନେତା ସୁରେଶ ସ୍ଵାଇଁ , ଚାଷୀ ନେତା ଦୁଃଶାସନ ଜେନା,ଶୁଶୀଲ ମହାନ୍ତି ଓ ଚାପଧାରୀ ରାଉତ ପ୍ରମ୍ମୁଖ ବକ୍ତବ୍ଯ ଦେଇଥିଲେ।

No Result
View All Result