No Result
View All Result
୨୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :-> ଗତ ୨୦ ଜାନୁଆରୀରେ ମଧ୍ୟ ରାତ୍ରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମରେ ନିଆଁ ଲାଗି ପାଞ୍ଚଟି ପରିବାରର ଧାନ ଚାଉଳ, ଆସବାବ ପତ୍ର, ସାଇକେଲ, ଲୁଗାପଟା, କାଗଜ ପତ୍ର ଆଦି ପୋଡ଼ି ଜାଇ ପାଉଁଶ ହୋଇ ଯାଇଥିଲା । ଇତି ମଧ୍ୟରେ ଆଠ ଦିନ ବିତି ଯାଇଥିଲେ ବି, ଓଡ଼ିଶା ତାଜା ନ୍ୟୁଜ୍ ର ଯୁବ ସାମ୍ୱାଦିକ ବିନୋଦ କୁମାର ସାହୁଙ୍କ ଠାରୁ ଖବର ପାଇ, ବହୁତ ଚେଷ୍ଠା କରି ପୂର୍ବତନ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ,
ଜିଲ୍ଲା ଯୁବ ବିଜେଡି ଉପ ସଭାପତି ପ୍ରଫୁଲ୍ଲ କୁମାର ନାୟକଙ୍କ ସହ ମିଶି ରେଡକ୍ରସ ତରଫରୁ ପ୍ରତି ପୀଡ଼ିତ ପରିବାର ସଦସ୍ୟଙ୍କ ପାଇଁ ଦୁଇଟି ଲେଖାଏଁ ପାଲ, ଗୋଟିଏ ଲେଖାଏଁ କମ୍ବଳ, ଲୁଙ୍ଗି, ଗାମୁଛା, ଶାଢ଼ୀ, ବାଲଟି, ମଗ, ଷ୍ଟିଲ ଥାଳି, ଗ୍ଲାସ୍ ଆଣି ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀନାଥ ଚରଣ ଦାଶ, ଅଯୋଧ୍ୟା ନାଥ ପ୍ରହରାଜ, ବାଙ୍କ ନିଧି ସାହୂ, ସାଗର ସାହୁ,
ବସନ୍ତ ଖୁଣ୍ଟିଆ, ବସନ୍ତ ସ୍ବାଇଁ, ଦେବ ବାହିନୀପତି, ଲଳିତ ବାହିନୀପତି , ଆଦି ଗ୍ରାମ ବାସୀ ମାନଙ୍କ ଉପସ୍ଥିତିର ବିପନ୍ନ ପରିବାରଙ୍କୁ ବଣ୍ଟନ କରିଥଲେ । ବିପନ୍ନ ପରିବାର ଲୋକେ ଓ ଗ୍ରାମ ବାସୀ ମାନେ ପୁର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାମ୍ୱାଦିକ ବିନୋଦ କୁମାର ସାହୁ ଓ ପ୍ରଫୁଲ୍ଲ ନାୟକଙ୍କୁ ସହଯୋଗ ପାଈଁ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ୍ ଅର୍ପଣ କରି ଛନ୍ତି ।

No Result
View All Result