23 ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ :- ବେଟି ବଚାଓ ବେଟି ପଢ଼ାଓ 'ଯୋଜନାର ଦସବର୍ଷ ପୂର୍ତ୍ତି ଅବସରରେ ନୟାଗଡ ଜ଼ିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମକୁ ଉଦଘାଟନ କରା ଯାଇ ଏକ ସତ୍ୟପାଠ 'ବେଟି ବଚାଓ ବେଟି ପଢ଼ାଓ 'ସମ୍ପର୍କରେ ବିବୃତି ପାଠ କରା ଯାଇଥିଲା.

ଏହି କାର୍ଯ୍ୟ କ୍ରମରେ ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅର୍ଚନା କହଁର, ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବୟନ ପ୍ରଧାନ ଓ ସିଡିପିଓ ନୟାଗଡ, ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମ କର୍ତ୍ତା, ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଚାଇଲଡ ହେଲ୍ପଲାଇନ ର ସମସ୍ତ ସଦସ୍ୟ,

ସମାଜ ସେଵୀ ଓ ଇଲୋକ୍ଟ୍ରୋନିସ ଓ ପ୍ରିଣ୍ଟ ମିଡ଼ିଆର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ l ପରେ ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୟାଗଡ ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସାଇକେଲ ରାଲି ବିଦ୍ୟାଳୟ ଠାରୁ ବାହାରି ଜ଼ିଲ୍ଲାପାଳ ଙ୍କ ଅଫିସ ଠାରେ ପହଂଚି ଥିଲେ.

ଜ଼ିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ପିଲାମାନଙ୍କ ସଙ୍ଗରେ ଫୋଟ ଉତୋଳନ କରି ଆଜିର କାର୍ଯ୍ୟକ୍ରମ ବିଷୟରେ ସୁଚିନ୍ତିତ ମତା ମତ ରଖିଥିଲେ, ଓ ପିଲା ମାନଙ୍କୁ ପାଠ ପଢି ମଣିଷ ହୋଇ ଦେଶ ଗଢିବା ଓ ରାଷ୍ଟ୍ରର ବିକାଶରେ ସମିଲି ହେବା ପାଇଁ ଉଦବୋଧନ ଦେଇଥିଲେ.

ଏ କାର୍ଯ୍ୟକ୍ରମରେ ଏକ ଦସ୍ତଗତ ଅଭିଯାନ କାର୍ଯ୍ୟ କ୍ରମ ଆୟୋଜନ କରା ଯାଇଥିଲା ଓ ସେଥିରେ ଜ଼ିଲ୍ଲାପାଳ ଓ ଅତିରକ୍ତ ଜ଼ିଲ୍ଲାପାଳ ସେମାନଙ୍କର ଦସ୍ତକତ ଦେଇ ଅନ୍ୟମାନଙ୍କୁ ଉଚ୍ଚାହିତ କରିଥିଲେ l ପରିଶେଷରେ ଶ୍ରୀ ସତ୍ୟରଞ୍ଜନ ଦାସ(ଅନୁଷ୍ଠାନିକ ଯତ୍ନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l