No Result
View All Result
୬କୋଟି ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିବାବେଳେ ଫରେଷ୍ଟ୍ କ୍ଳିୟରାନ୍ସ୍ ମିଳୁ ନଥିବାରୁ ୨୪ ଖଣ୍ଡ ଗାଁ’ର ଆଦିବାସୀ ଓ ଦଳିତ ବର୍ଗର ଲୋକମାନେ ଅଭିଶପ୍ତ ଜୀବନଯାପନ କରିଆସୁଛନ୍ତି l
ଗାଁ’ କୁ ଆମ୍ବୁଲାନ୍ସ ଓ ଗାଡି ଆସିପାରୁ ନ ଥିବାରୁ ଗୁରୁତର ରୋଗୀଙ୍କୁ ଦୋଳାରେ ବୋହି ଡାକ୍ତରଖାନାକୁ ନିଆଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।
ଅନେକ ଥର ପ୍ରତିଶୃତି ପରେ ଜିଲ୍ଲା ପ୍ରଶାସନ ୨୪ ଖଣ୍ଡ ଗ୍ରାମ ଙ୍କୁ ଧୋକା ରେ ରଖି ଆସିଛନ୍ତି । ସଡ଼କ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରିଦେଇ ପ୍ରସାଶନ ବସି ରହିଥିବା ବେଳେ ସଡ଼କ ନିର୍ମାଣ କାର୍ଯ୍ୟ ଅଧା ପନ୍ତରିଆ ଅବସ୍ଥା ରେ ପଡ଼ି ରହିବା ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ନେତା ମାନଙ୍କ ଅପାରଗତା ର ପରିଚୟ ଦେଉଛି ।
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗ ଶିବିର ଚାଲିଥିବା ବେଳେ ବ୍ଳକର ବନ୍ଧମୁଣ୍ଡା ପଞ୍ଚାୟତର ୨୪ ଖଣ୍ଡ ରାଜସ୍ୱ ଗାଁ’ର ଆଦିବାସୀ ଓ ଦଳିତ ବର୍ଗର ପୁରୁଷ-ମହିଳା ମାନେ ସମବେତ ହୋଇ ସବୁ ଦିନିଆ ରାସ୍ତା ପାଇଁଁ ପୂର୍ବାହ୍ନ ୧୧ଟାରେ ବ୍ଳକ୍ ଘେରାଉ କରିଥିଲେ । ଖବର ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ, ରଣପୁର ବିଡ଼ିଓ ସୁଧିର ନାୟକ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏପରିକି ରାସ୍ତା ପାଇଁ ବିଭାଗୀୟ ଫରେଷ୍ଟ କ୍ଳିୟରାନ୍ସ୍ ଯଥାଶୀଘ୍ର ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନକାରୀ ଧାରଣା ପ୍ରତ୍ୟାହୃତ କରିଥିଲେ ।
ସୂଚନାନୁଯାୟୀ ରାସ୍ତା ପାଇଁ ୬କୋଟି ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିବାବେଳେ ଫରେଷ୍ଟ୍ କ୍ଳିୟରାନ୍ସ୍ ମିଳୁ ନଥିବାରୁ ୨୪ ଖଣ୍ଡ ଗାଁ’ର ଆଦିବାସୀ ଓ ଦଳିତ ବର୍ଗର ଲୋକମାନେ ଅଭିଶପ୍ତ ଜୀବନଯାପନ କରିଆସୁଛନ୍ତି l ବୋଲି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ରଣପୁର ବ୍ଲକ୍ ର ବନ୍ଧମୁଣ୍ଡା ପଞ୍ଚାୟତର ଏହି ଆଦିବାସୀ, ଦଳିତ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଗାଁ’ ପାଇଁ ସବୁଦିନିଆ ରାସ୍ତା ନାହିଁ । ବଣ-ପାହାଡ଼, ଜଙ୍ଗଲ ଘେରା ଗାଁ’ ଗୁଡ଼ିକ ପାଇଁ ରାସ୍ତା ନଥିବାରୁ ଉକ୍ତ ଗାଁ’ ଗୁଡ଼ିକର ବାସିନ୍ଦାମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ସହ ବିଶେଷ କରି ସ୍ଵାସ୍ଥ୍ୟ କ୍ଷେତ୍ରରେ ସବୁବେଳେ ହଇରାଣ ହରକତ ହୋଇ ଆସୁଛନ୍ତି ।
ଗାଁ’ କୁ ଆମ୍ବୁଲାନ୍ସ ଓ ଗାଡି ଆସିପାରୁ ନ ଥିବାରୁ ଗୁରୁତର ରୋଗୀଙ୍କୁ ଦୋଳାରେ ବୋହି ଡାକ୍ତରଖାନାକୁ ନିଆଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ସବୁ ସମସ୍ୟା ପାଇଁ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନ ବେଳେ ଏଠାକାର ଭୋଟର୍ ମାନେ ଭୋଟ୍ ବର୍ଜନ କରିଥିଲେ। ସେହି ସମୟରେ ତତ୍କାଳୀନ ଜିଲ୍ଲାପାଳ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଭୋଟ୍ ବର୍ଜନରୁ ବିରତ ରହି ବୁଥ୍ କୁ ଯାଇ ଭୋଟ୍ ଦେଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ପ୍ରତିଶୁତି ମୁତାବକ ଜଗନ୍ନାଥ ପ୍ରସାଦ ଠାରୁ ବନ୍ଧମୁଣ୍ଡା ପର୍ଯ୍ୟନ୍ତ ୮ କି.ମି. ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏହି ରାସ୍ତା ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା । 
ଯଦି ଏହି ରାସ୍ତା ସମ୍ପୂର୍ଣ୍ଣ ହୁଅନ୍ତା ତେବେ ଉକ୍ତ ପଞ୍ଚାୟତର ସାନତୁଲିବି,ରାଆଁଳ, ବଡ଼ ଚାକୁଣ୍ଡାଝର, ନାଥପୁର ଆଦି ୨୪ ଖଣ୍ଡ ଉପାନ୍ତ ରାଜସ୍ୱ ଗାଁ’ର ଲୋକେ ଉପକୃତ ହୁଅନ୍ତେ। ରାସ୍ତା ପାଇଁ ସର୍ଭେ କାମ ଶେଷ ହେବାପରେ ରାସ୍ତା କାମ ଆରମ୍ଭ ହୋଇଥିଲା; ମାତ୍ର ୨ କିଲୋମିଟର ରାସ୍ତା ନିର୍ମାଣ ହେବାପରେ ଅବଶିଷ୍ଟ ୬ କି.ମି. ରାସ୍ତା ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଏପରିକି ଏହି ନିର୍ମାଣଧୀନ ରାସ୍ତାରେ ୨ ଗୋଟି କଲଭର୍ଟ ନିର୍ମାଣ ପାଇଁ ରାସ୍ତା ଖୋଳି ବିଦିର୍ଣ୍ଣ ଅବସ୍ଥାରେ ଛାଡି ଦିଆଯାଇଛି।
ଏଥିଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧାପନ୍ତରିଆ ରାସ୍ତା ପାଇଁ ଏ ଅଞ୍ଚଳ ଏକ ପ୍ରକାର ସ୍ଵାସ୍ଥ୍ୟ,ଶିକ୍ଷା ଓ ପରିବହନ ଭଳି ଗୁରୁତ୍ବପୂର୍ଣ୍ଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଛି । ଏହି ସବୁ ମୌଳିକ ସମସ୍ୟା ପାଇଁ ଏଠାକାର ବାସିନ୍ଦାମାନେ ଘୋର୍ ଅସନ୍ତୁଷ୍ଟ ଥିବାବେଳେ ସ୍ଥାନୀୟ ବନ୍ଧମୁଣ୍ଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କଳ୍ପନା ପ୍ରଧାନ ଉକ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଯଦି ପ୍ରଶାସନ ପ୍ରତିଶ୍ରୁତି ମୁତାବକ ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

No Result
View All Result