୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଆଜି ୪ଗୋଟି ମହିଳା ଦଳର ଖେଳ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସହିତ ଝାରସୁଗୁଡ଼ାର ଖେଳରେ ଝାରସୁଗୁଡ଼ା କୁ ୨-୦ ଗୋଲରେ ପରାଜିତ କରି ଭୁବନେଶ୍ୱର ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ରାଉରକେଲା ସହ କଟକ ର ଖେଳ ହୋଇଥିଲା ।
କଟକ ଦଳ ଗୋଟିଏ ଗୋଲ ଦେଇ ଅଗ୍ରଣୀ ଥିବା ବେଳେ ଶେଷ ପର୍ଯ୍ୟନ୍ତ ରାଉରକେଲା ଦଳ ବହୁ ଚେଷ୍ଟା କରି ମଧ୍ୟ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇ ନଥିଲେ । ଫଳରେ ଆସନ୍ତା କାଲି ମହିଳା ଫୁଟବଲ ଭୁବନେଶ୍ୱର ସହ କଟକର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସ୍ପୋଟିଭ ସ୍ପୋର୍ଟସ ସୋସାଇଟି ସୂତ୍ରରୁ ଜଣାଯାଇଛି।
ଆଜିର ପ୍ରଥମ ଖେଳ ରେଫରୀ ଶ୍ୟାମସୁନ୍ଦର ସାହା ପରିଚାଳନା କରିଥିବା ବେଳେ ଦ୍ବିତୀୟ ଖେଳ ଟିକୁ ରେଫରୀ ପ୍ରସନ୍ନ କୁମାର ନାୟକ ପରିଚାଳନା କରିଥିଲେ। ଅତିଥି ଭାବେ ସ୍ଥାନୀୟ ଆଇଆଇସି ଅନୀତା ସାହୁ ଏବଂ ବିଧାୟକ ରମେଶ ଚନ୍ଦ୍ର ଵେହେରା ଯୋଗ ଦେଇଥିଲେ।














