୧୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :- ମହକ ପରିବାର ଓ ସୀତାରାମ ୟୁଥ୍ କ୍ଳବ୍, ମହାବୀର କ୍ଷେତ୍ର, ଦଶପଲା ଆନୁକୂଲ୍ୟରେ ତ୍ରିନାଥ ବଜାର ମହଳ ମଇଦାନ ଠାରେ “ଦଶପଲ୍ଲା ଯୁବ ମହୋତ୍ସବ ମହକ- ୨୦୨୫’ ଶନିବାର ଦିନ ଉଦ୍ଘାଟିତ ହୋଇଛି। ମହୋତ୍ସବ ଜାନୁୟାରୀ ୧୧ ତାରିଖ ଠାରୁ ୧୩ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବ। ମହୋତ୍ସବ ଉଦ୍ଘାଟନ ଅବସରରେ ଶ୍ରୀ ଶ୍ରୀ ମହାବୀର ମନ୍ଦିର ଠାରୁ ମହଳ ମଇଦାନ ପର୍ଯ୍ୟନ୍ତ ଦେଶର ଯବାନ ମାନଙ୍କ ଉଦ୍ଦେଶ୍ୟରେ ବିଶାଳ ତ୍ରିରଙ୍ଗା ଶୋରାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଶୋରାଯାତ୍ରା ଅବସରରେ ଦେଶ ତଥା ରାଜ୍ୟର ବରପୁତ୍ର ମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଧାୟକ ରମେଶଚନ୍ଦ୍ର ବେହେରା, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଆଇଆଇସି ଅନିତା ସାହୁ, ମଣ୍ଡଳ ଶିକ୍ଷା ଅଧିକାରୀ ଉକ୍ତିବିନୋଦ ଶଲଂକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମହକ ପରିବାର ତଥା ସୀତାରାମ ୟୁଥ କ୍ଲବ କର୍ମକର୍ତା ଉପସ୍ଥିତ ଥିଲେ ।















