No Result
View All Result
୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନେଇ ଆଜି ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ୧୮ ତାରିଖ ପୂର୍ବରୁ ସ୍ମରଣିକା ରେ ପ୍ରକାଶ ପାଇବାକୁ ଥିବା ଲେଖା ଯାହାକି ନିଜ ବ୍ଲକ୍ ଉପରେ ଆଧାରିତ ହୋଇଥିବ ଏବଂ ।
ଅଡିସନ୍ ମାଧ୍ୟମରେ କଳାକାର ଚୟନ ଉପରେ ଗୁରୁତ୍ୱାରୋପ କରଯାଇଥିଲା । ଅଧିକରୁ ଅଧିକ ଷ୍ଟଲ୍ ମହୋତ୍ସବ ରେ ପଡ଼ିବା ପାଇଁ ଓ ଏଲ ଏମ ବିଭାଗ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ତହସିଲଦାର ଏବଂ ପୁଲିସ ବିଭାଗ କୁ ଦାୟିତ୍ଵ ଦିଆଯାଇଥିଲା। ଶତାୟୁ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ବ୍ଲକ୍ ର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ,ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସମସ୍ତ ସମସ୍ତଙ୍କ ସହଯୋଗ ଲୋଡିଥିଲେ ଦଶପଲ୍ଲା ବିଧାୟକ ।
ଏହି ପ୍ରସ୍ତୁତି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବିଡ଼ିଓ ଡାକ୍ତର ଅମୃତ କୁମାର ରାଉଳ, ତହସିଲଦାର ହେମନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପଣ୍ଡା ମଞ୍ଚାସୀନ ଥିବା ବେଳେ ଜନ ପ୍ରତିନିଧି,ବିଭିନ୍ନ ବିଭାଗ ର ଅଧିକାରୀ , ଅବସର ପ୍ରାପ୍ତ ଶିକ୍ଷକ,ସାମ୍ୱାଦିକ,ମହୋତ୍ସବ କମିଟିର ସଦସ୍ୟ ,ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଫେବୃଆରୀ ୨ ତାରିଖରୁ ମହୋତ୍ସବ ଆରମ୍ଭ ହେବ ବୋଲି ଜଣା ପଡ଼ିବା ପରେ ନୂଆଗାଁ ବ୍ଲକ୍ ର ଜନ ସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
No Result
View All Result