No Result
View All Result
୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ଡାକ ମଣ୍ଡଳ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ-୨୦୨୫’ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ରହି ଡାକ ବିଭାଗ ପ୍ରତିଟି ଭାରତୀୟ ପରିବାରର ବିଶ୍ୱସ୍ତ ସଦସ୍ୟ ତଥା ଡାକ ଟିକେଟ ଦେଶର କଳା, ସଂସ୍କୃତି, ବିଜ୍ଞାନକୁ ଲୋକପ୍ରିୟ କରିବା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଉଦବୋଧନ ଦେଇଥିଲେ l
ସମ୍ମାନିତ ଅତିଥି ଭାବେ ଦ ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଏଣ୍ଡ କଲ୍ଚରାଲ୍ ହେରିଟେଜର ସଂଯୋଜକ ତଥା ଡାକ ଟିକେଟ ସଂଗ୍ରାହକ ଅନୀଲ କୁମାର ଧୀର ପ୍ରଦର୍ଶନୀରେ ସମସ୍ତ ବର୍ଗର ଲୋକଙ୍କ ଡାକ ଟିକେଟ ଦେଖିବା ପାଇଁ ଆଗ୍ରହ ଓ ଉତ୍ସାହ ପ୍ରମାଣିତ କରୁଛି ଡିଜିଟାଲ ଯୁଗରେ ବି ଡାକ ବିଭାଗ ତାର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରଖିଛି ବୋଲି କହିଥିଲେ l
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ଡାକ ଟିକେଟ ସଂଗ୍ରାହକ ଶାନ୍ତି ସ୍ଵରୂପ ରଥ ମଞ୍ଚାସୀନ ଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ନୟାଗଡ଼ ପେକ୍ସ-୨୦୨୫ର ଅଧ୍ୟକ୍ଷ ତଥା ନୟାଗଡ଼ ଡ଼ାକ ମଣ୍ଡଳର ଡାକ ଅଧିକ୍ଷକ ଖଗେଶ୍ଵର ମଲ୍ଲିକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ନୟାଗଡ଼ ପେକ୍ସ-୨୦୨୫ ଉପଲକ୍ଷେ ଆୟୋଜିତ ସାଧାରଣଜ୍ଞାନ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଡ଼ାକ ମଣ୍ଡଳର ଅଧିକ୍ଷକ ସପନ କୁମାର ପାଣିଗ୍ରାହୀ ଧନ୍ଯବାଦ ଅର୍ପଣ କରିଥିଲେ l

No Result
View All Result