No Result
View All Result
୦୯ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଓ ରଣପୁର ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘନ ପ୍ରଧାନଙ୍କ ଆବାହକତ୍ୱରେ ବିଶ୍ୱବିଖ୍ୟlତ ଅର୍ଥନୀତି ବିଶାରଦ ତଥା ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ଼.ମନମୋହନ ସିଂହଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ରଣପୁର ତଳ ମାଣିନାଗ ମନ୍ଦିର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଅଛି ! ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜସୁନାଖଳା , ଗୋପାଳପୁର ,
ଦର୍ପନାରାୟଣପୁର , ଚାନ୍ଦପୁର ଜୋନର ଜୋନ ସଭାପତି ଓ ୨ଶହରୁ ଉର୍ଦ୍ଧ କର୍ମକର୍ତ୍ତା ଓ କର୍ମୀମାନେ ଯୋଗଦେଇ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡ଼ ସିଂହଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ! ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହ ଏକାଧାରlରେ ଜଣେକର୍ମଠ,ଅର୍ଥବିଶାରଦ,କୁଟନୈତିଜ୍ଞ, ,ଲୋକପ୍ରିୟ ଦେଶଭକ୍ତ ପ୍ରଧାନମନ୍ତ୍ରୀ ଥିଲେ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର କହିଥିଲେ !
ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡ଼ ସିଂହଙ୍କ ସରକାର ସମୟରେ ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶ ହେବା ସହିତ କଂଗ୍ରେସ ସରକାରଙ୍କ ଜନହିତକର ଯୋଜନା ବିଷୟରେ ରଣପୁର ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘନ ପ୍ରଧାନ ଆଲୋକପାତ କରିଥିଲେ ! ସଭା ପରେ ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର, ୪ଟି ଜୋନ ସଭାପତିଙ୍କ ସମେତ କର୍ମୀମାନେ ରଣପୁର ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ ଫସଲର କ୍ଷୟକ୍ଷତିରେ ବଳଭଦ୍ରପୁର ଗ୍ରାମର ମୃତ ଚାଷୀ ଭଗବାନ ପ୍ରଧାନ ଓ ବାସୁଦିଆ ଗ୍ରାମର ମୃତ ଚାଷୀଙ୍କ
ପରିବାରକୁ ଭେଟି ଗଭୀର ସମବେଦନା ଜଣାଇବା ସହିତ ମୃତ ଚାଷୀଙ୍କ ପରିବାରକୁ ରାଜ୍ୟ ବିଜେପି ସରକାର ଉଭୟ ପରିବାରକୁ ଶୀଘ୍ର ୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ ! ରାଜ୍ୟ ବିଜେପି ସରକାର ମୃତ ଚାଷୀ ପରିବାରକୁ ୧୫ଦିନ ଭିତରେ ଆର୍ଥିକ ସହାୟତା ନ ଯୋଗାଇଲେ କଂଗ୍ରେସ ପାର୍ଟି ପକ୍ଷରୁ ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ରାସ୍ତାରୋକ କରିବାକୁ ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର ସୂଚନା ଦେଇଥିଲେ !

No Result
View All Result